ପଦ ଛାଡିଲେ ପ୍ରସାଦ ! ଜୁନିଅର ଟିମ୍ ଇଣ୍ଡିଆର ଚୟନକମିଟି ଅଧ୍ୟକ୍ଷ ପଦରୁ ଇସ୍ତାଫା ଦେଲେ ଭେଙ୍କଟେଶ ପ୍ରସାଦ

31

କନକ ବ୍ୟୁରୋ: ଜାତୀୟ ଜୁନିଅର ଖେଳାଳି ମନୋନୟ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଭେଙ୍କଟେଶ ପ୍ରସାଦ । ଟିମ୍ ଇଣ୍ଡିଆର ଏହି ପୂର୍ବତନ ପେସ୍ ବୋଲର ଏହି ପଦରେ ୩୦ ମାସ ପର୍ଯ୍ୟନ୍ତ କାମ କରିଛନ୍ତି । ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପ୍ ଟାଇଟଲ ଭାରତ ହାସଲ କରିବାର ମାସେ ମଧ୍ୟରେ ପ୍ରସାଦ ଏହି ନିଷ୍ପତି ନେଇଛନ୍ତି । ତେବେ ବ୍ୟକ୍ତିଗତ କାରଣରୁ ସେ ଏହି ପଦଛାଡି ଥିବା କୁହାଯାଉଛି ।