ସଚେତନ କଲେ ,ସିନେମା ମଧ୍ୟ କଲେ କିନ୍ତୁ ପରିବର୍ତ୍ତନ ହେଲାନି ମାନସିକତା ! ମାସିକ ଧର୍ମ ସମୟରେ ମହିଳାଙ୍କୁ ଗୋଟିଏ ଘରେ ରଖିବା ପାଇଁ ମିଳିଲା ସରକାରୀ ସହାୟତା ।

578

ଦୁନିଆ,ପରମ୍ପରା,ମାନସିକ ଚିନ୍ତାଧାରା,ପିଢି ପରେ ପିଢି ସବୁ କିଛି ପରିବର୍ତ୍ତନ ହେବା ପରେ ମଧ୍ୟ ଆଜିର ସମୟରେ ବି କିଛି ଲୋକଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ଆସିନାହିଁ । ମହିଳାଙ୍କ ମାସିକ ଧର୍ମ ଭଳି ସମୟକୁ ଏବେ ବି ଅଶ୍ୱଚ୍ଛ ଏବଂ ଅପବିତ୍ରତା ବୋଲି ମନାଯାଏ । ଦେବନଗରୀ ଉତ୍ତରାଖଣ୍ଡ ମଧ୍ୟ ଏହି ଚିନ୍ତାଧାରାରୁ ଓହରି ପାରିନାହିଁ । ଏଠାରେ ଚମ୍ପାବତ୍ ନାମକ ଜିଲ୍ଲାର ଅନେକ ଗାଁରେ ପିରିୟଡସ୍ ସମୟରେ ମହିଳାଙ୍କ ସହ ଭେଦଭାବ କରିବା କଥା ଏବେ ମଧ୍ୟ ଲକ୍ଷ କରାଯାଏ । ଏହି ସମୟରେ ଘରର ମହିଳା ଏବଂ ଝିଅଙ୍କୁ ଘରୁ ବାହାରେ ରହିବାକୁ ପଡେ । ବଡ ଆଶ୍ଚର୍ଯ୍ୟର କଥା ହେଉଛି ସରକାର ମଧ୍ୟ କେଉଁଠି ନା କେଉଁଠି ଏହି କଥାକୁ ସହଯୋଗ କରୁଛନ୍ତି ।

 

ଚମ୍ପାବତ୍ ଜିଲ୍ଲାର ଦୁରଦରାଜ ଗ୍ରାମର ଗୁରପଞ୍ଚ ସରକାରୀ ଫଣ୍ଡ ସାହାର୍ଯ୍ୟରେ ଏକ ଏଭଳି ଘର ତୋଳାଯାଉଛି ,ଯେଉଁଠି ମାସିକ ଧର୍ମ ସମୟରେ ଘରୁ ବାହାରେ ରହୁଥିବା ମହିଳା ଏବଂ ଝିଅଙ୍କୁ ଏହି ଘରେ ରହିବାକୁ ପଡିବ । ଏହି ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଗ୍ରାମର ଏକ ଦମ୍ପତୀ ଏହାକୁ ଅବୈଧ ମାନି ଜିଲ୍ଲାଧିକାରୀଙ୍କୁ ଏନେଇ ସୂଚିତ କରିଥିଲେ । ଅଧିକାରୀଙ୍କ କହିବାନୁସାରେ ସରକାରୀ ଫଣ୍ଡ ଗ୍ରାମର ଉନ୍ନତି ପାଇଁ ଦିଆଯାଇଥିବା ବେଳେ ସେହି ଟଙ୍କାକୁ ଯଦି ଏଭଳି ଉପାୟରେ ଲଗାଯାଉଛି ତେବେ ଏହା ଅବୈଧ । ଏହି ସମୟରେ ଘରକୁ ପ୍ରବେଶ ନିଶେଧ କରାଯାଏ । ବୟସ୍କ ଲୋକଙ୍କୁ ଛୁଇଁବା ପାପ ମନାଯାଏ । ଖାଦ୍ୟ ପ୍ରସ୍ତୁତି,ମନ୍ଦିର ଯିବା,ସ୍କୁଲ ଯିବାରେ ମଧ୍ୟ ବାରଣ କରାଯାଏ ।