ଗୋଟିଏ ଚୁଟକି ବେକିଂ ସୋଡାରେ କିପରି ପାଇବେ ଗୋରା ରଙ୍ଗ ! ଜାଣନ୍ତୁ ଏହାର ବ୍ୟବହାର

154

ଗୋରା ରଙ୍ଗ ପାଇଁ ସମସ୍ତଙ୍କ ଦୁର୍ବଳତା ରହିଥାଏ । ଗୋରାରଙ୍ଗର ଚେହେରାକୁ ସମସ୍ତେ ପସନ୍ଦ କରନ୍ତି,ଏହି ରଙ୍ଗ ପାଇବା ପାଇଁ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀର ବ୍ୟବହାର କରାଯାଇଥାଏ । କିନ୍ତୁ ଏହାର ପ୍ରଭାବ କମ ସମୟ ପାଇଁ ରହିଥାଏ ।

ବହୁଳ ପରିମାଣର କସମେଟିକ୍ସର ବ୍ୟବହାର କରିବା ଦ୍ୱାରା ଏହା ମୁହଁ ଉପରେ କୁ-ପ୍ରଭାବ ପକାଇଥାଏ । କିନ୍ତୁ ଆମ ହାତ ପାହାନ୍ତାରେ ଆମ ରୋଷେଇ ଘରେ ଏମିତି ଏକ ଜିନିଷ ରହିଛି, ଯାହାର ବ୍ୟବହାର କରିବା ଦ୍ୱାରା ଆମେ ଉଜ୍ଜଳ ତ୍ୱଚା ପାଇପାରିବା । ବେକିଂଗ ସୋଡା ଗୋଟିଏ ଚୁଟକି ବ୍ୟବହାର କରିବା ଦ୍ୱାରା ଗୋରା ରଙ୍ଗ ପାଇହେବ । ଏବେ ନଜର ପକାଇବା ଏହାକୁ କେମିତି ବ୍ୟବହାର କରିହେବ ।

୧- ବେକିଂ ସୋଡାକୁ ପାଣିରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ତାକୁ ମୁହଁରେ ଲଗାଯାଏ । ତିଆରି ହୋଇଥିବା ପେଷ୍ଟଟି ସମ୍ପୂର୍ଣ୍ଣ ଭାବରେ ମୁହଁରେ ଶୁଖିଗଲା ପରେ, ପାଣିରେ ମୁହଁକୁ ସମ୍ପୂର୍ଣ୍ଣ ଭାବରେ ଧୋଇ ଦିଆଯାଏ । ସପ୍ତାହକୁ ଦୁଇରୁ ତିନିଥର ଏମିତି କରିବା ଦ୍ୱାରା ଉଜ୍ଜଳ ତ୍ୱଚା ମିଳିପାରିବ । ପାଣି ଯାଗାରେ ଗୋଲାପ ଜଳ, କିମ୍ବା ବାଦାମ ତେଲର ବ୍ୟବହାର ମଧ୍ୟ କରିହେବ ।

୨- ମୁହଁରେ ମହୁର ବ୍ୟବହାର କରିବା ଦ୍ୱାରା ଏହା ମୁହଁକୁ କୋମଳ କରିଥାଏ । ବ୍ୟାକ୍ଟେରିଆ ଜନିତ କ୍ଷତିରୁ ମଧ୍ୟ ମୁହଁକୁ ରକ୍ଷା କରିଥାଏ । ବେକିଂ ସୋଡାରେ ମହୁକୁ ମିଶାଇ ମୁହଁରେ ଲଗାଇବା ଏବଂ ୧୫ ମିନିଟ୍ ପରେ ପାଣିରେ ମୁହଁକୁ ଧୋଇଦେବା । ଏହି ମିଶ୍ରଣକୁ ସପ୍ତାହରେ ଗୋଟିଏ ଥର ଚେହେରାରେ ଲଗାଇଲେ ଆପଣ ଏହାର ଫାଏଦା ପାଇପାରିବା ସହିତ ସୁନ୍ଦର ଚେହେରା ମଧ୍ୟ ପାଇପାରିବେ ।

୩- ଗାଧେଇଲା ବେଳେ ପାଣିରେ ସୈନ୍ଧବ ଲବଣ ସହିତ ବେକିଂ ସୋଡାକୁ ମିଶାଇ ଗାଧେଇଲେ ତ୍ୱଚାରେ ଚମକ ଆସିଥାଏ, ଏହାକୁ ଆମେ ସବୁଦିନେ ଗାଧେଇଲା ସମୟରେ ବ୍ୟବହାର କରିପାରିବା ।

୪- ଲେମ୍ବୁରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ରହିଥାଏ, ଏହା ବ୍ଲିଚର କାମ କରିଥାଏ, ସେଥିପାଇଁ ଅଧକପ ବେକିଂସୋଡାରେ ଗୋଟିଏ ଲେମ୍ବୁକୁ ଚିପୁଡି ତା’ର ମିଶ୍ରଣ କରି ଚେହେରାରେ ଲଗାଇ କିଛି ସମୟ ପରେ ପାଣିରେ ମୁହଁକୁ ଭଲ ଭାବରେ ଧୋଇଦେବା ଦ୍ୱାରା ଚେହେରାରେ ଚମକ ଆସିଥାଏ ।