ଶାସନ ଗାଦିରେ ବସିବା ପରେ ଜୋ-ବାଇଡେନଙ୍କ ପ୍ରଥମ ସାମରିକ କାର୍ଯ୍ୟାନୁଷ୍ଠାନ : ସିରିୟାରେ ଆମେରିକାର ଏୟାର ଷ୍ଟ୍ରାଇକ୍

ଆତଙ୍କବାଦୀ ପ୍ରତିଷ୍ଠାନ ଉପରେ ହମଲା, ଏକାଧିକ ମୃତ୍ୟୁ ସୂଚନା

179

କନକ ବ୍ୟୁରୋ : ଆମେରିକାର ନୂଆ ରାଷ୍ଟ୍ରପତି ଜୋ-ବାଇଡେନ୍ ଶାସନକୁ ଆସିବା ପରେ ପ୍ରଥମ ସାମରିକ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ସିରିୟାରେ ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା । ଇରାକ ସୀମା ନିକଟରେ ଇରାନ୍ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ବ୍ୟବହାର ହେଉଥିବା ପ୍ରତିଷ୍ଠାନ ଗୁଡ଼ିକୁ ଟାର୍ଗେଟ୍ କରି ଏହି ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା । ଆମେରିକାର ଏହି ଷ୍ଟ୍ରାଇକରେ ଏକାଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଖବର ସରବହରାହ ସଂସ୍ଥା ରଏଟର୍ସର ସୂଚନା ଅନୁସାରେ, ଏହି ଏୟାର ଷ୍ଟ୍ରାଇକରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ବିଧିବଦ୍ଧ ଭାବେ ମୃତାହତଙ୍କ ସଂଖ୍ୟା ନେଇ କୌଣସି ତଥ୍ୟ ଦିଆଯାଇନାହିଁ । ଫେବ୍ରୁୟାରୀ ୧୫ ତାରିଖରେ ଇରାକରେ ହୋଇଥିବା ରକେଟ୍ ଆକ୍ରମଣର ଜବାବ୍ ଦେଇ ଆମେରିକା ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ଇରାକରେ ହୋଇଥିବା ରକେଟ୍ ଆକ୍ରମଣ ଯୋଗୁଁ ଜଣେ ଠିକାଦାରଙ୍କ ମୃତ୍ୟୁ ହୋଇଥିବା ବେଳେ ଆମେରିକାର ଜଣେ ଓ ଅନ୍ୟମାନେ ଆହତ ହୋଇଥିଲେ ।