ଚୀନ କରୋନା ଟିକା ବଦଳରେ ଭାରତରେ ପ୍ରସ୍ତୁତ ଟିକା ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଚୀନ କମ୍ପାନି ସିନୋଫାର୍ମ ଦ୍ବାରା ପ୍ରସ୍ତୁତ କରୋନା ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ସଂପୂର୍ଣ୍ଣ ହୋଇନଥିବାରୁ ଶ୍ରୀଲଙ୍କା ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଶ୍ରୀଲଙ୍କା ସରକାରଙ୍କ ମୁଖପାତ୍ର ଡଃ ରମେଶ ପାଥିରାନା କହିଛନ୍ତି ଯେ ସିନୋଫାର୍ମ ଟିକା ସଂପର୍କରେ ଅଧିକ ତଥ୍ୟ ମିଳିବାପରେ ଓ ଏହା ସୁରକ୍ଷିତ ବୋଲି ହୃଦବୋଧ ହେବା ପରେ ଏହାକୁ ବ୍ୟବହାର ସଂପର୍କରେ ନିଷ୍ପତ୍ତି ନିଆଯିବ । ତେବେ ଏଥିପାଇଁ ଆହୁରି ସମୟ ଲାଗିବ କାରଣ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ଟିକାକୁ ଏପର୍ଯ୍ୟନ୍ତ ସବୁଜ ସଂକେତ ଦେଇନାହିଁ । ସେହିପରି ଋଷିଆର ସ୍ପୁଟନିକ ଟିକାକୁ ମଧ୍ୟ ଶ୍ରୀଲଙ୍କା ସରକାର ଏପର୍ଯ୍ୟନ୍ତ ସବୁଜ ସଂକେତ ଦେଇନାହାନ୍ତି ।
ଏଣୁ ଶ୍ରୀଲଙ୍କା ଭାରତୀୟ କମ୍ପାନି ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ଉତ୍ପାଦିତ ଟିକା କୋଭିସିଲ୍ଡର ବ୍ୟବହାର ଲାଗି ନିଷ୍ପତ୍ତି ନେଇଛି । ଆଗାମୀ କିଛି ଦିନମଧ୍ୟରେ ଶ୍ରୀଲଙ୍କା ନିଜର ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ କରୋନା ଟିକା ଦେବାକୁ ଯୋଜନା କରୁଛି ।