କଟକ ବଡ ମେଡିକାଲରେ ବିରଳ ଅସ୍ତ୍ରୋପଚାର । ଦେଢ ବର୍ଷର ଶିଶୁ ହାତରେ ପ୍ଲାଷ୍ଟିକ ସର୍ଜରୀ, ବିଶି ଆଙ୍ଗୁଠି କାଟି ବୁଢା ଆଙ୍ଗୁଠି ଭାବେ କରାଗଲା ପ୍ରତିରୋପଣ

484

କନକ ବ୍ୟୁରୋ : କଟକ ବଡ ମେଡିକାଲରେ ବିରଳ ଅସ୍ତ୍ରୋପଚାର । ଏସସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଆଜି ଏହି ବିରଳ ଅସ୍ତ୍ରୋପଚାର ପଲିସାଇଜେସନ୍ କରିଛନ୍ତି ଡାକ୍ତର । ଜଣେ ଦେଢ ବର୍ଷର ଶିଶୁର ଡାହାଣ ହାତରେ ଜନ୍ମରୁ ବୁଢା ଆଙ୍ଗୁଠି ନଥିଲା । ତେବେ ବୁଢା ଆଙ୍ଗୁଠି ନଥିଲେ ଶିଶୁଟି ବଡ ହେଲେ କୌଣସି ଜିନିଷକୁ ଶକ୍ତ ଭାବରେ ଧରିପାରିନଥାନ୍ତା । ତେଣୁ ୪ଟି ଆଙ୍ଗୁଠି ଭିତରୁ ବିଶି ଆଙ୍ଗୁଠିକୁ କାଟି ବୁଢା ଆଙ୍ଗୁଠି ଭାବେ ପ୍ରତିରୋପଣ କରାଯାଇଛି ।

ଗତ ସୋମବାର ଠାରୁ ଏହି ଅପରେସନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଉ ଆଜି ଶେଷରେ ଏହି ଅପରେସନ ଶେଷ ହୋଇଛି । ଦୀର୍ଘ ୨ରୁ ୩ ଘଣ୍ଟା ଧରି ଅପରେସନ ପରେ ଏହା ସଫଳ ହୋଇଥିଲା । ଅସ୍ତ୍ରୋପଚାର କରିଥିବା ଡାକ୍ତର ବିଭୂତି ଭୂଷଣ ନାୟକଙ୍କ କହିବା ଅନୁଯାୟୀ, ଏହା ଅସ୍ତ୍ରୋପଚାର ସଫଳ ହୋଇଛି ଓ ଏସସିବିରେ ଏହା ପ୍ରଥମ ।