ଆଜିିଠୁ ଟ୍ରାଫିକ୍ ନିୟମ ପୁଣି କଡାକଡି । ନିର୍ଦ୍ଦେଶନାମା ଜାରି କଲେ ପରିବହନ କମିସନର : ସବୁ ଜିଲ୍ଲାପାଳ ଓ ଏସପିକୁ ଲେଖିଲେ ଚିଠି , ନିୟମ ନମାନିଲେ ଗଣିବ ମୋଟା ଅଙ୍କର ତଣ୍ଡ

338

କନକ ବ୍ୟୁରୋ : ଏଣିିକି ଆପଣଙ୍କୁ ସତର୍କ ହୋଇ ରାସ୍ତାରେ ଗାଡି ଚଳାଇବାକୁ ପଡିବ । କାରଣ ନୂଆ ମୋଟରଯାନ ଆଇନ୍କୁ ନେଇ ସରକାର ଦେଇଥିବା ୬ ମାସର କଂଟ ପୂରିଯାଇଛି । ଆଉ ଏହି ମର୍ମରେ ରାଜ୍ୟ ପରିବହନ କମିଶନର ସବୁ ଜିଲ୍ଲାପାଳ, ଏସ୍ପି ଓ ଡିସିପିଙ୍କୁ ଚିଠି ଲେଖିଛନ୍ତି । ଆଜି ଠାରୁ ଅର୍ଥାତ୍ ମାର୍ଚ୍ଚ ୧ ତାରିଖରୁ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶନାମାରେ ୧୦ ଟି ଟ୍ରାଫିକ୍ ନିୟମ ଉଲଙ୍ଘନ କଥା ପରିବହନ କମିଶନର ଉଲ୍ଲେଖ କରିଛନ୍ତି ।

ମଦ ପିଇ ଗାଡି ଚଳାଇବା
ଦ୍ରୁତ ଗତିରେ ଗାଡି ଚଳାଇଲେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି ।
ରେଡ୍ ଲାଇଟ୍ ସିଗନାଲ୍ ଡେଇଁଲେ
ଭୂଲ ଦିଗରେ ଗାଡି ଚଳାଇଲେ
ଗାଡି ଚଳାଇଲା ବେଳେ ମୋବାଇଲରେ କଥା ହେଲେ
ବିପଦପୂର୍ଣ୍ଣ ଭାବେ ଗାଡି ଚଳାଇଲେ
ବାଇକରେ ୩ ଜଣ ବସିଲେ
ହେଲମେଟ୍ ନ ପିନ୍ଧିଲେ
ଏବଂ ସିଟ୍ ବେଲ୍ଟ ନ ବାନ୍ଧିଲେ
ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ତେବେ ଏହି ଚିଠିରେ କେଉଁ କାଗଜପତ୍ର ଯାଂଚ ହେବ, ସେ ବିଷୟରେ ଉଲ୍ଲେଖ ହୋଇନାହିଁ । ଏହା ଛଡା ଟ୍ରାଫିକ୍ ପୋଲିସଙ୍କ ଉଦ୍ଦେଶ୍ୟରେ କୁହାଯାଇଛି, ସେମାନେ ଏକାଥରକେ କେବଳ ୪ଟି ଗାଡି ଅଟକାଇ ଯାଂଚ କରିପାରିବେ । ନଚେତ୍ ରାସ୍ତା ଜାମ୍ ହେବାର ଆଶଙ୍କା ରହିଛି ।