ଉଜବେଗିସ୍ତାନ ବିଦେଶିନୀଙ୍କୁ ୧୫ହଜାର ଟଙ୍କା ଓ ୨ଜାମିନଦାର ବଦଳରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରୁ ମଳିଲା ଜାମିନ! ପୁଲିସକୁ ଆକ୍ରମଣ କରି ଯାଇଥିଲେ ଜେଲ

24

କନକ ବ୍ୟୁରୋ : ଉଜବେକିସ୍ତାନ ଯୁବତୀଙ୍କୁ ମିଳିଲା ଜାମିନ୍ । ୧୫ହଜାର ଟଙ୍କା ଜୋରିମାନା ଓ ୨ଜଣ ଜାମିନଦାରଙ୍କ ବଦଳରେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରୁ ମିଳିଛି ଜାମିନ୍ । ତେବେ ଜେଲରୁ ଖଲାସ ନେଇ ସର୍ତ ରଖିଛନ୍ତି କୋର୍ଟ । ଗତ ୨୩ ତାରିଖରେ ନିଶାଗ୍ରସ୍ତ ଅବସ୍ଥାରେ ବିଦେଶୀନି ଯୁବତୀ ଜଣକ ପୁଲିସକୁ ଆକ୍ରମଣ କରି ଜେଲ ଯାଇଥିଲେ । ୨୪ ତାରିଖରୁ ଝାରପଡା ଜେଲର ମହିଳା ୱାର୍ଡରେ ରହିଥିଲେ ବିଦେଶୀନି । ତେବେ ଏହି ଯୁବତୀଙ୍କୁ କିଏ ଏବଂ କାହିଁକି ଭୁବନେଶ୍ୱର ଆଣିଥିଲା ସେ ନେଇ ଏବେବି ଖୋଳତାଡ କରୁଛି କମିଶନରେଟ୍ ପୁଲିସ୍ । କୁହାଯାଉଛି ଯୁବତୀଙ୍କୁ ଆଣିଥିବା କିଙ୍ଗପିନ୍ ରୋଜିକୁ ଧରିବାରେ ସକ୍ଷମ ହୋଇପାରିନି ପୁଲିସ୍ ।

ସୂଚନାଯୋଗ୍ୟ ଗତ କିଛି ଦିନ ପୂର୍ବରୁ ରାତିରେ ୫୦ ହଜାର ଟଙ୍କା ଧରି ସନ୍ଦେହ ଜନକ ଅବସ୍ଥାରେ ଫୁଟପାଥରେ ପଡିଥିଲେ ଏହି ମାତାଲ ଯୁବତୀ । ଉଦ୍ଧାର କରିବାକୁ ଯାଇ ମାଡ ଖାଇଥିଲା ପୁଲିସ୍ । ପୁଲିସକୁ ମାଡ଼ ମାରି ଝାରପଡ଼ା ଜେଲରେ ଥିଲେ ବିଦେଶିନୀ । ରାଜଧାନୀ ରାଜରାସ୍ତାରେ ଅଧରାତିରେ ହଙ୍ଗାମା କରିଥିବା ବିଦେଶିନୀଙ୍କୁ ଜେଲ ହାଜତକୁ ପଠାଇ ଦେଇଥିଲା ପୋଲିସ୍ । ତାଙ୍କ ବିରୋଧରେ ଠକେଇ, ପୋଲିସକୁ ଗାଳିଗୁଲଜ କରିବା, ଖରାପ ବ୍ୟବହାର ଦେଖାଇବା ଓ ମାଡ ମାରିବା ସହ ଜାଲ କାଗଜପତ୍ର ଦେଖାଇବା ଆଦି ଦଫା ଲଗାଯାଇଥିଲା । ତେବେ ପରିଶେଷରେ ଯୁବତୀଙ୍କୁ ମିଳିଲା ଜାମିନ୍ ।