ହସ୍ତତନ୍ତ ପାଇଁ ଜାତୀୟସ୍ତରରେ ପୁରସ୍କୃତ ହେବେ ପୁରୀର ଦୁଇ ମହିଳା। ସମ୍ମାନିତ ହେବେ ପିପିଲିର ସ୍ୱପ୍ନମଞ୍ଜରୀ ଓ ଚନ୍ଦନପୁରର ବିଜୟଲକ୍ଷ୍ମୀ। 

132

କନକ ବ୍ୟୁରୋ: ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇଁ ଓଡ଼ିଶାରୁ ୩ଜଣ ଜାତୀୟ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । ଏଥିରୁ ପୁରୀର ଦୁଇ ପ୍ରତିଭା ଏହି ସମ୍ମାନର ଅଧିକାରୀ ହୋଇଛନ୍ତି ।  ପୁରୀ ପିପିଲ ବଜାର ସ୍ଥିତ ଭବାନୀପୁରର ଜଣାଶୁଣା ମହିଳା ଶିଳ୍ପୀ ସ୍ୱପ୍ନମଞ୍ଜରୀ ନାୟକ ଏଥିପାଇଁ ମନୋନୀତ ହୋଇଛନ୍ତି ।

ତାଳପତ୍ର ପୋଥୀରେ ବିଭିନ୍ନ ପ୍ରକାର କାରୁକାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ସ୍ୱପ୍ନ ମଂଜରୀ । ୨୦୧୯ ବର୍ଷ ପାଇଁ ସପ୍ନ ମଂଜରୀଙ୍କୁ ସମ୍ମାନିତ କରାଯିବ । ମାଟ୍ରିକ ପାସ କରିବା ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଶ୍ରୀମତି ନାୟକ ।