ବିନା ପେଟ୍ରୋଲରେ ୮୦କିମି ମାଇଲେଜ୍ ଦେବ ସ୍କୁଟର ! ରିଭର୍ସ ଗିୟର ସହ ମିଳିବ ଅନେକ ଆକର୍ଷଣୀୟ ଫିଚର

45

ରିଭର୍ସ ଗିୟରରେ ଚାଲିବ ସ୍କୁଟର । ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । କାରଣ ଏବେ ପର୍ଯ୍ୟନ୍ତ କୌଣସି ଦୁଇ ଚକିଆ ଯାନରେ ଏପରି ସୁବିଧା ଉପଲବ୍ଧ ନାହିଁ । କେବଳ ଚାରି ଚକିଆ କିମ୍ବା ତା’ଠାରୁ ବଡ଼ ଗାଡ଼ିରେ ଏପରି ସୁବିଧା ଥାଏ । ତେବେ ରିଭର୍ସ ଗିୟର ସୁବିଧା ଥିବା ଏକ ଦୁଇଚକିଆ ଯାନ ଖୁବ ଶୀଘ୍ର ବଜାରରେ ଉପଲବ୍ଧ ହେବ । ଭାରତର ଷ୍ଟାଟଅପ୍ କମ୍ପାନୀ ଟ୍ୱେଣ୍ଟି ଟୁ ମୋଟର୍ସ ପ୍ରାଇଭେଟ୍ ଲିମିଟେଡ଼ ଚଳିତ ମାସରେ ଆରମ୍ଭ ହେଉଥିବା ଅଟୋ ଏକ୍ସପୋରେ ନିଜର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର ‘ଫ୍ଲୋ’ ଲଂଚ କରିବାପାଇଁ ଯାଉଛି । ଗୁରୁଗ୍ରାମରେ ରହିଛି ଏହି ଷ୍ଟାଟ୍ ଅପ୍ କମ୍ପାନୀ । କମ୍ପାନୀ ଦାବି କରିଛି ଏହି ଏହି ସ୍କୁଟରରେ ରିଭର୍ସ ଗିୟର ମିଳିବ । କମ୍ପାନୀର ପ୍ରତିଷ୍ଠାତା ପ୍ରବୀଣ ଖରବ କହିଛନ୍ତି, ଏହି ସ୍କୁଟରରେ ଲାଗିଛି ୨.୧ କଡର ଇଲେକ୍ଟ୍ରିକ୍ ମୋଟର । ଏହି ସ୍କୁଟର ବିଶେଷତ୍ୱ ହେଲା ଏଥିରେ ରହିଛି ଜିଓ ଫେନସିଂ ଫିଚର, ଯାହା ଏକ ଆପ୍ ସାହାଯ୍ୟରେ କାମ କରେ ।

twenty_2_motors_flow_scootor

ଜିଓ ଫେନସିଂ ଫିଚର କିପରି କରିବ କାମ ?
ଜିଓ ଫେନସିଂ ଫିଚର ମାଧ୍ୟମର ସ୍କୁଟରକୁ ସୁରକ୍ଷିତ ରୂପେ ରାସ୍ତାରେ ଚଳାଇହେବ । ଆପ ସାହଯ୍ୟରେ ଚାଲିବ ସ୍କୁଟର । ସ୍କୁଟର, ଆପରେ ନିର୍ଦ୍ଧାରିତ ହୋଇଥିବା ସୀମା ବାହାରକୁ ଗଲେ ଆପ ଆପେ ବନ୍ଦ ହୋଇଯିବ ବୋଲି କମ୍ପାନୀ ପ୍ରକାଶ କରିଛି ।

୨ ଘଣ୍ଟା ଚାର୍ଜ ଓ ୮୦ କିମି ମାଇଲେଜ୍ !
ମାତ୍ର ୨ ଘଂଟା ଚାର୍ଜ କଲେ ୮୦ କିମି ଚାଲିବ ଏହି ସ୍କୁୁଟର । ସ୍କୁଟର ସର୍ବାଧିକ ବେଗ ରହିବ ୬୦ କିମି ପ୍ରତି ଘଂଟା । ଏଥିରେ ଲାଗିଥିବା ୨.୧ ର ଇଲେକ୍ଟ୍ରିକ୍ ମୋଟର ୧୦୦ କ୍ସକ୍ଟ୍ରଜ୍ଞ ରେ ୯୦ ଘଜ୍ଞ ପିକ୍ ଟର୍କ ଜେନେରେଟ୍ କରେ । କମ୍ପାନୀ ତରଫରୁ ଏହି ସ୍କୁଟରର ମୂଲ୍ୟ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ମିଡ଼ିଆ ରିପୋର୍ଟ ଅନୁସାରେ ୬୦ରୁ ୭୦ ହଜାର ପାଖାପାଖି ରହିବ ଏହି ସ୍କୁଟର ମୂଲ୍ୟ ।

ଫ୍ଲୋ ସ୍କୁଟରର ରହିଛି ଆଉ ଅନେକ ଆକର୍ଷଣୀୟ ଫିଚର । ପୂର୍ବରୁ କୁହାଯାଇଛି ଏଥିରେ ରଭର୍ସ ଗିୟର ରହିବ । ତେବେ କିପରି କାମ କରିବ ଓ ଚାଳକ ପାଇଁ କେତେ ବ୍ୟବହାର ଉପଯୋଗୀ ରହିବ ଏହି ରିଭର୍ସ ଗିୟର ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏହା ବ୍ୟତୀତ କାଇନେଟିକ୍ ଏନର୍ଜ ରିକୋଭରି ସିଷ୍ଟମ, କ୍ରୁଜ କଣ୍ଟ୍ରୋଲ, ଏଲଇଡ଼ି ଡିଟେଲର ମିଟର ଏବଂ ଏଲଇଡ଼ି ଲାଇଟ୍ ମିଳିବ । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣ ନିଜ ସ୍କୁଟରକୁ ଟ୍ରାକ୍ କରିପାରିବେ । ଯଦ୍ୱାରା ଚୋରି ହେବାର ଭୟ ମଧ୍ୟ କମ୍ ରହିବ ।