କରୋନା ସ୍ଥିତି ନେଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା । ପୁଣିଥରେ କରୋନା ଲଢେଇରେ ସରପଞ୍ଚ ଓ ୱାର୍ଡମେମ୍ବରଙ୍କୁ ଦିଆଯିବ ଦାୟିତ୍ୱ ।

206

କନକ ବ୍ୟୁରୋ : ରାଜ୍ୟରେ କାୟା ମେଲାଉଛି କରୋନା । ଆଉ ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି କରୋନା ସ୍ଥିତିକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ବିଭାଗର ସଚିବ, ଜିଲ୍ଲାପାଳ ଓ ଏସପିଙ୍କ ସହ ଆସନ୍ତାକାଲି ଏନେଇ ସମୀକ୍ଷା ବୈଠକ କରିବେ ନବୀନ । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ଗାଁ ଗୁଡିକରେ କୋଭିଡ ପରିଚାଳନା କମିଟିକୁ ପୁଣିଥରେ ସକ୍ରିୟ କରାଯିବ ।ସରପଞ୍ଚ, ୱାର୍ଡ ମେମ୍ବରଙ୍କୁ ପୁଣିଥରେ କରୋନା ଲଢେଇରେ ନିୟୋଜିତ କରାଯିବ । ବାହାରୁ ଗାଁକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ । ସେହିଭଳି ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀ ମାନେ ଗାଁ ଗାଁ ବୁଲି କରୋନା ବାବଦରେ ଲୋକଙ୍କୁ ସଚେତନ କରାଇବେ । ଏହାଛଡା କରୋନା କଟକଣାକୁ କଡାକଡି କରାଯିବ । ଖାସକରି ମଲ, ବ୍ୟବସାୟିକ ପ୍ରତିଷ୍ଠାନ, ଭିଡ ହେଉଥିବା ସ୍ଥାନରେ କରୋନା ଗାଇଡଲାଇନକୁ କଡାକଡି କରାଯିବ  । ଏଥିପାଇଁ ସମସ୍ତ ଏସପି ମାନଙ୍କୁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ଏବେ ରାଜ୍ୟରେ ପ୍ରତିଦିନ ୨୬ ହଜାର ଟେଷ୍ଟିଂ ହେଉଛି । ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସଂକ୍ରମଣ କମ ରହିଛି ।