ରାଜ୍ୟରେ ମୁଣ୍ଡପିଛା ଋଣ ୨୩ ହଜାର ୫୨୪ ଟଙ୍କା । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଲେ ଅର୍ଥମନ୍ତ୍ରୀ

179

କନକ ବ୍ୟୁରୋ: ଓଡିଶାରେ ମୁଣ୍ଡ ପିଛା ୠଣ ୨୩ ହଜାର ୫୨୪ ଟଙ୍କା ୮୨ ପଇସା । ରାଜ୍ୟର ସାମଗ୍ରୀକ ଋଣଭାର କେତେ ଓ ମୁଣ୍ଡପିଛା ଋଣ କେତେ ରହିଛି ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ ଯେ, ରାଜ୍ୟର ସାମଗ୍ରୀକ ଋଣ ଭାର କେତେ? ବୈଦେଶିକ ଋଣ କେତେ? ଆଭ୍ୟନ୍ତରୀଣ ଋଣ ଓ ବ୍ୟାଙ୍କ ମାନଙ୍କରୁ ଋଣ କେତେ? ସେହି ଆଧାରରେ ଏବେ ପ୍ରତ୍ୟେକ ଲୋକଙ୍କ ଉପରେ ମୁଣ୍ଡ ପିଛା ଋଣ କେତେ ?

ଏହି ପ୍ରଶ୍ନର ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି କହିଥିଲେ, ଜାନୁଆରୀ ମାସ ଶେଷ ସୁଦ୍ଧା ମୁଣ୍ଡ ପିଛା ଋଣ ଭାର ୨୩, ୫୨୪ ଟଙ୍କା ଅଟେ । ସେହିପରି ୨୦୦୯-୧୦ ଆର୍ଥିକ ବର୍ଷରେ ମୁଣ୍ଡ ପିଛା ହାର ୯,୧୮୦ ଟଙ୍କା ରହିଥିଲା । ଆମ ରାଜ୍ୟର ବର୍ତ୍ତମାନ ମୁଣ୍ଡପିଛା ଋଣଭାର ଅନ୍ୟ ପ୍ରମୁଖ ରାଜ୍ୟ ମାନଙ୍କ ତୁଳନାରେ ଯଥେଷ୍ଟ କମ ରହିଛି ।