ପାରା ଅଲିମ୍ପିକ୍ସରେ ଭାରତୀୟ କ୍ରୀଡ଼ାବିତଙ୍କ ସଫଳତା : ମହିଳା ଟେବୁଲ ଟେନିସ ଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କଲେ ଭାବିନାବେନ ପଟେଲ

92

କନକ ବ୍ୟୁରୋ : ପାରାଅଲିମ୍ପିକ୍ସ ଟୋକିଓ ୨୦୨୦ରେ ଭାରତୀୟ କ୍ରୀଡ଼ାବିତଙ୍କ ସଫଳତା । ମହିଳା ଟେବୁଲ ଟେନିସ ପ୍ରଥମ ଥର ଫାଇନାଲରେ ପ୍ରବେଶ କରି ଇତିହାସ ରହିଛନ୍ତି ଭାବିନାବେନ ପଟେଲ । ସେମି ଫାଇନାଲରେ ୩-୨ରେ ଚାଇନିଜ ଖେଳାଳୀ ମିଆଉଁ ଝାଙ୍ଗଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ଭାବିନାବେନ । ସୁନା ପାଇଁ ଖେଳିବେ ଭାବିନା ।

ଟୋକିଓ ମେଟ୍ରୋପଲିଟାନ୍‌ ଜିମ୍ନାସିୟମର ଟେବୁଲ-୫ରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍‌ରେ ବିଶ୍ବର ଦ୍ବାଦଶ ମାନ୍ୟତାପ୍ରାପ୍ତ ଭାବିନା ସିଧାସଳଖ ୩-୦ (୧୧-୫, ୧୧-୬, ୧୧-୭) ସେଟ୍‌ରେ ରିଓ ବିଜୟିନୀ ସର୍ବିଆର ବୋରିସଲାଭା ରାଙ୍କୋଭିକ ପେରିକଙ୍କୁ ହରାଇଥିଲେ। ବିଶ୍ବର ୨ ନମ୍ବର ଏହି ଖେଳାଳିଙ୍କ ବିପକ୍ଷ ମ୍ୟାଚ୍‌ ଜିତିବାକୁ ୩୪ ବର୍ଷୀୟା ଭାବିନା ମାତ୍ର ୧୮ ମିନିଟ୍‌ ସମୟ ନେଇଥିଲେ। ଏହା ପୂର୍ବରୁ ଖେଳାଯାଇଥିବା ପ୍ରିକ୍ବାର୍ଟର ଫାଇନାଲ୍‌ରେ ସେ ୩-୦ (୧୨-୧୦, ୧୩-୧୧, ୧୧-୬) ସେଟ୍‌ରେ ବ୍ରାଜିଲର ଜୋୟସି ଡି’ଓଲିଭେଇରାଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ । ଆଜି ସେମିଫାଇନାଲ୍‌ରେ ସେ ବିଶ୍ୱର ୩ ନମ୍ବର ଖେଳାଳି ଚୀନ୍‌ର ମିଆଓ ଝାଙ୍ଗଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ।