ଆଜି ବିଶ୍ୱ ଫୁସଫୁସ କର୍କଟ ଦିବସ ! ଜାଣନ୍ତୁ କିପରି ହୋଇଥାଏ ଏହି ଭୟାବହ ରୋଗ ଏବଂ କେମିତି ରହିବେ ସଚେତନ ।

119

ଆଜି ହେଉଛି ବିଶ୍ୱ ଫୁସଫୁସ କର୍କଟ ଦିବସ । ଏହି ଭୟାବହ ରୋଗ ବାବଦରେ ସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନ କରିବାର ମୁଖ୍ୟ ଲକ୍ଷ୍ୟ ଅଟେ । ୨୦୧୫ ମସିହାରେ ଏହି କର୍କଟ ରୋଗ ଯୋଗୁଁ ସମଗ୍ର ବିଶ୍ୱରେ ପାଖାପାଖି ୧୭ଲକ୍ଷ ମଣିଷଙ୍କର ପ୍ରାଣ ଯାଇଥିଲା । ଫୁସଫୁସ କର୍ଳଟରେ ଆକ୍ରାନ୍ତ ହେଲେ, ବଞ୍ଚିବାର ସମ୍ଭାବନା ମାତ୍ର ୧୭ ପ୍ରତିଶତ । ଧୂମପାନ, ରେଡନ୍ ବାଷ୍ପ, ଆଜବେସଟସ୍, ବାୟୁପ୍ରଦୂଷଣ ଆଦି ଏହି ରୋଗର ମୁଖ୍ୟ କାରଣ ଅଟେ । ଏହା ଜିନ୍ ଦୋଷରୁ ମଧ୍ୟ ହୋଇପାରେ ।

ଧୂମପାନ କରୁଥିବା ଲୋକେ ଫୁସଫୁସ କର୍ଳଟର ଶିକାର ହେବାର ଆଶଙ୍କା ସର୍ବାଧିକ । ବିଶ୍ୱର ଏକମାତ୍ର ଦେଶ ଭୂଟାନରେ ୨୦୦୫ ମସିହାରୁ ଧୂମପାନ ନିଷିଦ୍ଧ କରାଯାଇଛି । ୨୦୦୮ ମସିହାରୁ ଭାରତରେ ସର୍ବସାଧାରଣରେ ଧୂମପାନକୁ ନିଷିଦ୍ଧ କରାଯାଇଥିଲେ ହେଁ ଅଦ୍ୟାବଧି ବନ୍ଦ ହୋଇନାହିଁ । ତେବେ ସିଗାରେଟ-ବିଡିର ବିଜ୍ଞାପନ ଉପରେ ଅଙ୍କୁଶ ଲାଗିବା ପରେ ଯୁବ ପିଢି ମଧ୍ୟରେ ଧୂମପାନ ୧୬ ପ୍ରତିଶତ କମିଥିବା ଜଣାପଡିଛି । ଚାଇନାରେ ଫୁସଫୁସ୍ କର୍କଟ ଜନିତ ମୃତ୍ୟୁ ସଂଖ୍ୟା ସବୁଠାରୁ ଅଧିକ । ଯୁକ୍ତରାଷ୍ଟ୍ର ଆମେରିକା ଇଉରୋପ ଓ ପୂର୍ବ ଏସିଆରେ ଧୂମପାନ ଜନିତ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସର୍ବାଧିକ । ତେବେ ଫୁସଫୁସ କର୍କଟ ପୁରୁଣା ରୋଗ ନୁହେଁ । ଟୁବାକୋର ବ୍ୟାପକ ପ୍ରଚଳନ ସହ ଏହି ରୋଗ ବ୍ୟାପିବା ଆରମ୍ଭ ହୋଇଥିଲା ।