ନକଲି ଇଂଜିନିୟରିଂ କଲେଜର ଲିଷ୍ଟ୍ ଜାରି କଲେ ସରକାର ! ବିନା ଆପ୍ରୁଭାଲରେ ଚାଲିଛି ପାଠପଢା ।

41

ଦେଶରେ ଅନେକ ନକଲି ଇଂଜିନିୟରିଂ କଲେଜ୍ ରହିଥିବା କଥାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ଏବଂ ଏହି ଏଭଳି କେତେକ ବିଶ୍ୱବିଦ୍ୟାଳୟର ସମ୍ପୁର୍ଣ୍ଣ ଖବର ସରକାରଙ୍କ ପାଖରେ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ଦେଶରେ ଏଭଳି କେତେଗୋଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । କେନ୍ଦ୍ରୀୟ ମାନବ ସଂସଧନ ବିକାଶରେ ରାଜ୍ୟମନ୍ତ୍ରୀ ସତ୍ୟପାଳ ସିଂହ ସଂସଦରେ ନକଲି ଇଂଜିନିୟରିଂ ବିଶ୍ୱବିଦ୍ୟାଳୟକୁ ନେଇ ଏକ ଦସ୍ତାବିଜ ଦେଇଥିଲେ । ଏହି ରିପୋର୍ଟରେ ଦେଶରେ ଚାଲିଥିବା ନକଲି ବିଶ୍ୱବିଦ୍ୟାଳୟ ବିଷୟରେ ସମ୍ପୁର୍ଣ୍ଣ ବିବରଣୀ ଦିଆଯାଇଛି । ଏହି ନକଲି ବିଶ୍ୱବିଦ୍ୟାଳୟ ମଧ୍ୟରୁ ୬୬ ଟି କଲେଜ୍ ଦିଲ୍ଲୀରେ ରହିଛି । ଏହି କଲେଜରେ ଇଂଜିନିୟରିଂ ଏବଂ ଟେକ୍ନିକାଲର କୋର୍ସ କରାଯାଏ । ତେବେ ତେଲେଙ୍ଗାନାରେ ୩୫ ଟି ଏବଂ ପଶ୍ଚିମ ବଙ୍ଗଳାରେ ୨୭ ଟି ନକଲି କଲେଜ୍ ଥିବାବେଳେ କର୍ଣ୍ଣାଟକରେ ୨୩ ଟି,ଉତ୍ତର ପ୍ରଦେଶରେ ୨୨,ହରିଆଣାରେ ୧୮,ମହାରାଷ୍ଟ୍ରରେ ୧୬ ଏବଂ ତାମିଲନାଡୁରେ ୧୧ ଟି ଏଭଳି ନକଲି କଲେଜ୍ ରହିଛି ।

କେବଳ ଏତିକି ନୁହଁ ଲିଷ୍ଟ୍ ଅନୁସାରେ ହିମାଚଳ ପ୍ରଦେଶରେ ୧୮,ବିହାରରେ ୧୭,ଗୁଜୁରାଟରେ ୮,ଆନ୍ଧ୍ର ପ୍ରଦେଶରେ ୭,ପଞ୍ଜାବରେ ୫,ରାଜସ୍ଥାନରେ ୩ ଏବଂ ଉତ୍ତରାଖଣ୍ଡରେ ୩ ନକଲି ଇଂଜିନିୟରିଂ ବିଶ୍ୱବିଦ୍ୟାଳୟ ରହିଛି । ଆପଣଙ୍କୁ କହିରଖୁଛୁ କି, ଏହି ଇଂଜିନିୟରିଂ କଲେଜ୍ ଅଲ୍ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ ବିନା ଆପ୍ରୁଭାଲରେ ଏହି କୋର୍ସ କରିବା ପାଇଁ ଅନୁମତି ଦେଇଥାଏ । ତେବେ ବର୍ତ୍ତମାନଠାରୁ ଏହି ସଂସ୍ଥାମାନଙ୍କୁ ଆପ୍ରୁଭାଲ୍ ନେବାକୁ ପଡିବ ନଚେତ୍ କଲେଜକୁ ବନ୍ଦ କରିବାକୁ ପଡିବ ।