ଆମେ ଏକବିଂଶ ଶତାବ୍ଦୀରେ ପାଦ ଦେଇଥିଲେ ମଧ୍ୟ ଆଜି ବି ଦୁନିଆରେ ଅନେକ କିଛି ଏପରି ବିକୃତ ଓ ଭୟଙ୍କର ପରମ୍ପରା ଅଛି ଯାହା ଶୁଣିଲେ ଲୋମଟାଙ୍କୁରୀ ଉଠିବ । ଆଦିବାସୀ ଜନଜାତିରେ ବିଭିନ୍ନ ପରମ୍ପରା ଥାଏ, ଯାହା ବହୁତ ବିଚିତ୍ର ଓ ବିକୃତ । ଦୁନିଆରେ ଏପରି ଅନେକ ଆଦିବାସୀ ଜନଜାତିର ଲୋକ ଅଛନ୍ତି, ଯେଉଁମାନେ ଶରୀରକୁ କଷ୍ଟଦେବା ବା ନିଜର ଅଙ୍ଗକୁ କାଟିବା ଏକ ପରମ୍ପରା ରୂପରେ ସାମିଲ କରିଥାଆନ୍ତି । ପରମ୍ପରା ଅନୁସାରେ ନିଜ ଅଙ୍ଗକୁୁ କାଟିବାର ବହୁତ କାରଣ ଥାଏ,ଯେପରିିକି ମୃତ୍ୟୁରେ ଶୋକ ମନାଇବା ପାଇଁ କିମ୍ବା ନିଜ ଆତ୍ମୀୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରଦର୍ଶନ ପାଇଁ ସେମାନେ ଏପରି କରିଥାଆନ୍ତି । କିନ୍ତୁ ଏପରି ବିକୃତ ପରମ୍ପରାର ପାଳନ କରନ୍ତି କେବଳ ପରିବାରର ମହିଳା ।
Kanak News is now on WhatsApp
Join and get latest news updates delivered to you via WhatsApp
ଶୁଣିବା ପାଇଁ ଅଜବ ଲାଗିଲେ ମଧ୍ୟ ଇଣ୍ଡୋନେସିଆର ପାପୁଆରେ ବାସ କରୁଥିବା ଦାନୀ ଜନଜାତିର ଲୋକେମାନେ ପରିବାର ମୁଖିଆର ମୃତ୍ୟୁରେ ପରିବାରର ସଦସ୍ୟଙ୍କ ଆଙ୍ଗୁଠିକୁ କୁରାଢୀରେ କାଟି ଦିଆଯାଏ । ଯାହାଦ୍ୱାରା ତାଙ୍କୁ ଅସହନୀୟ କଷ୍ଟ ହୋଇଥାଏ ।
କିନ୍ତୁ ଏଇ ଭୟଙ୍ଗର ପରମ୍ପରାର ଶିକାର ହୁଅନ୍ତି କେବଳ ପରିବାରର ମହିଳା ସଦସ୍ୟ । ଏଇ ଜନଜାତିର ଲୋକମାନେ ମାନନ୍ତି ମହିଳା ସଦସ୍ୟଙ୍କ ଅଙ୍ଗ କାଟିବା ଦ୍ୱାରା ଯେଉଁ କଷ୍ଟ ହୁଏ ସେଥିରେ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ । ଏଇ ପରମ୍ପରା ଅର୍ଥ ଆଙ୍ଗୁଠି କାଟିବା ଦ୍ୱାରା ସେମାନଙ୍କୁ ଯେତେ କଷ୍ଟ ହେବ, ଆତ୍ମାକୁ ସେତିକି ଅଧିକ ଶାନ୍ତି ।
କାଟିବା ପୂର୍ବରୁ ପ୍ରଥମେ ଆଙ୍ଗୁଠିକୁ ୩୦ ମିନିଟ ପର୍ଯ୍ୟନ୍ତ ସୂତା ସାହାଯ୍ୟରେ ବାନ୍ଧିକି ରଖାଯାଏ ।ତେବେ କାଟିବାପରେ ଆଙ୍ଗୁଠିକୁ ଶୁଖାଇି ନିଆଁରେ ଜଳାଯାଏ ଏବଂ ତାର ପାଉଁଶକୁ ଏକ ବିଶେଷ ସ୍ଥାନରେ ପୋତାଯାଏ । ଏଇ ବିକୃତ ପରମ୍ପରାକୁ ସରକାର କିଛି ବର୍ଷ ପୂର୍ବରୁ ବ୍ୟାନ୍ କରି ଦେଇଛନ୍ତି । ତଥାପି ଦାନୀ ଜନଜାତିରଲୋକମାନେ ସେମାନଙ୍କ ପରମ୍ପରାକୁ ଏବେ ବି ପାଳନ କରୁଛନ୍ତି ।