ଶ୍ରଦ୍ଧାଙ୍କ ପାଇଁ କଡା ନିୟମ ! ସୁଟିଂ ସେଟରେ ମୋବାଇଲ୍ ଧରିବାକୁ ବାରଣ କଲେ ନିର୍ଦ୍ଦେଶକ

54

ବଲିଉଡ ଜଗତର ଚୁଲବୁଲି ନାୟିକା ଶ୍ରଦ୍ଧା କପୁରଙ୍କୁ ଏବେ ନିଜ ମୋବାଇଲ ଛୁଇଁବା ମନା । ଆଉ ସେ ପୁଣି ସୁଟିଂ ସେଟରେ । କଥାଟା ଶୁଣିଲେ ଆପଣ ଚକିତ ହୋଇଯାଇଥିବେ ନିଶ୍ଚୟ । ମାତ୍ର ଏହା ବାସ୍ତବ ଅଟେ । ଶ୍ରଦ୍ଧା ବର୍ତ୍ତମାନ ତାଙ୍କ ଆଗାମୀ ସିନେମା ‘ହସିନା’ର ସୁଟିଂ କାମରେ ବ୍ୟସ୍ତ ଅଛନ୍ତି । ଆଉ ଏହି ସେଟରେ ତାଙ୍କୁ ନିଜ ଫୋନ ଆଉ ଘଂଟାଠାରୁ ଦୂରେଇ ରହିବାକୁ ବାରଣ କରାଯାଇଛି । ଆଉ ଏହି ନିୟମ ଜାରି କରିଛନ୍ତି ଏହି ସିନେମାର ନିର୍ଦ୍ଦେଶକ ଅପୂର୍ବ ଲଖିୟା ।

ତେବେ କେବଳ ଶ୍ରଦ୍ଧା କାହିଁକି ସିନେମାର ବାକି ଅନ୍ୟ କଳାକାରଙ୍କ ପାଇଁ ମଧ୍ୟ ଏଭଳି ନିୟମ ଜାରି ହୋଇଛି । ପ୍ରକୃତ ଘଟଣାଟି ହେଲା, ସିନେମା ‘ହସିନା’ରେ ଶ୍ରଦ୍ଧାଙ୍କ ଭୂମିକା ରହିଛି ପ୍ରଖ୍ୟାତ୍ ଅଣ୍ଡରଗ୍ରାଉଣ୍ଡ ଡନ ଦାଉଦ ଇବ୍ରାହିମର ଭଉଣୀ ହସିନା ପାରକରଙ୍କ ଚରିତ୍ର । ଏଥିପାଇଁ ସୁଟିଂ ସେଟର ଡିଜାଇନ କରାଯାଇଛି ପାଖାପାଖି ୭୦, ୮୦ ଓ ୯୦ ଦଶକର ଦୃଶ୍ୟ ଭଳି । ଆଉ ଏହାକୁ ବାସ୍ତବିକ ରୂପ ଦେବାପାଇଁ ନିର୍ଦ୍ଦେଶକ ଏଭଳି ନିଷ୍ପତି ନେଇଛନ୍ତି । ଯାହାକୁ ମାନିବା ପାଇଁ ଶ୍ରଦ୍ଧାଙ୍କ ସମେତ ବାକି କଳାକାର ମଧ୍ୟ ବାଧ୍ୟ ହୋଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-