ଚପଲ ସହ ଏହି ୪ଟି ଜିନିଷ ବି ହୋଇଥାଏ ଏକ୍ସପେୟାର୍ ! ଅଧିକ ଦିନ ବ୍ୟବହାର ଆଣିପାରେ ସମସ୍ୟା

50

ସାଧାରଣତଃ ଆମେ କୌଣସି ଔଷଧ କିମ୍ବା ଖାଦ୍ୟ ସାମଗ୍ରୀର ଏକ୍ସପାରୀ ତାରିଖ ଦେଖିଥାଉ । କିନ୍ତୁ ଏସବୁ ବାଦ୍ ଅନେକ ଜିନିଷ ଏମିତି ଅଛି ଯାହାର ଏକ୍ସପାରୀ ତାରିଖ ଥାଏ । ବର୍ଷ ବର୍ଷ ଧରି ଏସବୁ ବ୍ୟବହାର କରିବା ଦ୍ୱାରା ଆମ ଉପରେ କୁପ୍ରଭାବ ପକାଇଥାଏ । ଏବେ ନଜର ପାକନ୍ତୁ ଏପରି ୫ ଟି ଜିନିଷ ଉପରେ ଯାହାର ଏକ୍ସପାରୀ ତାରିଖ ଥାଏ ହେଲେ ଆମେ ଅଣଦେଖା କରିଥାଉ ।

ଚପଲ : ଚପଲକୁ ପ୍ରାୟ ସମସ୍ତେ ନଷ୍ଟ ହେବା ଯାଏଁ ପିନ୍ଧନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ଏହି ଚପଲର ଆୟୁ କେତେ ? ମାତ୍ର ୬ ମାସ । ତେଣୁ ୬ ମାସରୁ ଅଧିକ ଦିନ ଯାଏଁ ଚପଲ ପିନ୍ଧିବା ଅନୁଚିତ୍ ।

ରନିଙ୍ଗ୍ ସୁ : ଗୋଟିଏ ରନିଙ୍ଗ୍ ସୁର ବୟସ ମାତ୍ର ୧ ବର୍ଷ । ଏହା ଠାରୁ ଅଧିକ ଦିନ ବ୍ୟବହାର କଲେ ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ । ୧ ବର୍ଷରୁ ଅଧିକ ଦିନ ବ୍ୟବହାର ଅଂଟା ଏବଂ ପାଦରେ ବ୍ୟଥା ଆରମ୍ଭ ହୋଇଥାଏ ।

ସ୍ମୋକ ଆଲାରାମ୍ : ଏହା କୌଣସି ବି ବଡ ଅଫିସ୍ କିମ୍ବା ବଡ ବିଲଡିଂ ନିହାତି ଆବଶ୍ୟକ । ସ୍ମୋକ ଆଲାରାମର ଆୟୁସ ମାତ୍ର ୧ ବର୍ଷ । ୧ ବର୍ଷ ପରେ ଏହା ଖରାପ ହୋଇଯାଇଥାଏ । ଏପରିକି ଏହାର ବ୍ୟାଟେରୀ ବଦଳାଇଲେ ମଧ୍ୟ କୌଣସି ଲାଭ ମିଳିନଥାଏ । କିନ୍ତୁ ପ୍ରାୟ ସ୍ଥାନରେ ଲୋକ ଏହାକୁ ଲଗାଇ ଭୁଲି ଯାଆନ୍ତି ।

ଅର୍ନ୍ତବସ୍ତ୍ର : ଅଧିକାଂଶ ଲୋକ ବର୍ଷ ବର୍ଷ ଧରି ଅର୍ନ୍ତବସ୍ତ୍ର ବ୍ୟବହାର କରିଥାନ୍ତି । କିନ୍ତୁ ପ୍ରକୃତରେ ପ୍ରତି ୬ ମାସରେ ଥରେ ଏସବୁ ବଦଳାଇବା ଉଚିତ୍ । ନଚେତ୍ ବିଭିନ୍ନ ପ୍ରକାର ରୋଗ ହୋଇଥାଏ ।

ଅଗ୍ନି ନିର୍ବାପକ ଯନ୍ତ୍ର : ଅଗ୍ନି ନିର୍ବାପକ ଯନ୍ତ୍ରର ଆୟୁଷ ହେଉଛି ୧୫ବର୍ଷ । ଏହା ପରେ କୌଣସି କାମରେ ଆସି ନଥାଏ ।