ଗାଧୁଆଘରେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି କି ! ତୁରନ୍ତ ଛାଡନ୍ତୁ ଅଭ୍ୟାସ . .

13

ମୋବାଇଲ୍ ବିନା ଯୁବପିଢୀ । ଏହାକୁ ସ୍ୱପ୍ନରେ ଭାବିବା ମଧ୍ୟ ନିଷେଦ୍ଧ । କାରଣ ସେମାନେ ଖାଦ୍ୟ ଖାଇବା ଭୁଲି ଯିବେ ହେଲେ ମୋବାଇଲ ନୁହେଁ । ଅନେକ ଥର ଏମିତି ବି ଦେଖିବାକୁ ମିଳିଛି ଯେ ଗାଧୁଆଘରକୁ ମଧ୍ୟ ମୋବାଇଲ୍ ନେବାକୁ ଭୁଲନ୍ତି ନାହିଁ । ଯଦି ଆପଣଙ୍କର ଏହି ଅଭ୍ୟାସ ଅଛି ତେବେ ତୁରନ୍ତ ଛାଡନ୍ତୁ । କାରଣ ଗାଧୁଆଘରକୁ ମୋବାଇଲ ନେବା ହୋଇପାରେ ବିପଦଜ୍ଜନକ ।

ଏବେ ଜାଣନ୍ତୁ କାରଣ :

ଗାଧୁଆଘର ଏକ ଏପରି ସ୍ଥାନ ଯେଉଁଠାରେ ଜୀବାଣୁ ଏବଂ କିଟାଣୁ ଥାନ୍ତି । ଯଦି ଆପଣଙ୍କ ସ୍ମାର୍ଟଫୋନ୍ ସେଠାରେ ପଡିଯାଏ ତେବେ ଜୀବାଣୁ ଲାଗିପାରନ୍ତି । ଏପରି କ୍ଷେତ୍ରରେ ମୋବାଇଲକୁ ଆପଣ ଧୋଇ ବି ପାରିବେନି । ଫଳରେ ବିଭିନ୍ନ ରୋଗର ଜୀବାଣୁ ଆପଣଙ୍କ ଶରୀରରେ ପ୍ରବେଶ କରିପାରନ୍ତି  । ଆଉ ଯଦି ଆପଣଙ୍କ ଘରେ ଛୋଟ ପିଲା ଅଛନ୍ତି ତେବେ ସେହି ମୋବାଇଲ ଜରିଆରେ ମାରାତ୍ମକ କିଟାଣୁ ସଂକ୍ରମିତ ହୋଇପାରେ । ତେଣୁ ଗାଧୁଆଘରେ ମୋବାଇଲ୍ ବ୍ୟବହାର କରିବା ଅଭ୍ୟାସକୁ ତୁରନ୍ତ ଛାଡନ୍ତୁ  ।