ହରେକୃଷ୍ଣ ହରେରାମ କୀର୍ତ୍ତନ ବେଳେ ଟଳିପଡିଲେ ସତସଙ୍ଗର ମୁଖ୍ୟ ପୂଜକ । ବରଗଡ ଟୁକୁରା ଗାଁରୁ ଆସିଲା ହୃଦୟ ବିଦାରକ ଘଟଣା ।

296

କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ! କୀର୍ତନ ଚାଲିଥିବାବେଳେ ଚାଲିଗଲା ଜୀବନ । ବରଗଡ ଜିଲ୍ଲା ଟୁକୁରା ଗାଁରୁ ଆସିଛି ଏଭଳି ଅଭାବନୀୟ ଘଟଣା । ସତସଙ୍ଗ କାର୍ଯ୍ୟକ୍ରମରେ ନାମ ସଂକୀର୍ତନ କରୁଥିଲେ, ଆଉ ହଠାତ୍ ଟଳିପଡିଲେ ସତସଙ୍ଗର ମୁଖ୍ୟ ପୂଜକ କୈଳାଶ ଚନ୍ଦ୍ର ପଣ୍ଡା । ତେବେ ହରେକୃଷ୍ଣ ହରେରାମ ନାମ ସଂକୀର୍ତନ ବେଳେ ହଠାତ୍ ସେ ଅସୁସ୍ଥ ଅନୁଭବ କରିଥିଲେ । ହାତରେ ଧରିଥିବା ଘଣ୍ଟକୁ ତଳେ ଥୋଇ ଟଳିପଡିଥିଲେ କୈଳାଶ ଚନ୍ଦ୍ର । ସୂଚନାଯୋଗ୍ୟ ଯେ, କୈଳାଶ ଚନ୍ଦ୍ର ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସିନ୍ଦୁରପୁର ଗାଁର ବାସିନ୍ଦା ।