ବ୍ୟକ୍ତିଗତ ସହାୟକଙ୍କୁ ଜାତିଆଣ ମନ୍ତବ୍ୟ ସହ ଗାଳି ଗୁଲଜ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ

1,155

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ସେ ତାଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଜାତିଆଣ ମନ୍ତବ୍ୟ ସହିତ ନିଜ ଭାଷା ଅର୍ଥାତ୍ ଓଡିଆ ଭାଷାକୁ ନେଇ ଗାଳି ଗୁଲଜ କରନ୍ତି ବୋଲି ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ହେମନ୍ତ ଭୋଇଙ୍କ ପତ୍ନୀ । ବାରମ୍ବାର ଏପରି ଗାଳି ଗୁଲଜ ହେବା ପରେ ଆଦର୍ଶ ଥାନାରେ ଏତଲା ଦେଇଛନ୍ତି ବ୍ୟକ୍ତିଗତ ସହାୟକ ହେମନ୍ତ ଭୋଇଙ୍କ ପତ୍ନୀ । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତି ମାନସିକ ନିର୍ଯାତନା ଦେଉଥିବା ଏତଲାରେ ଉଲ୍ଲେଖ କରିଛନ୍ତି ସବିତା ନାୟକ । ତେବେ ନିକଟରେ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି ହୋଇଆସିଛନ୍ତି ଜିଲ୍ଲାପାଳ କେ ସୁଦର୍ଶନ ।