ତେଲେଙ୍ଗାନାରେ କମାଲ୍ କରିବେ କେସିଆର୍ । ସରକାରକୁ ଫେରିବା ଏକପ୍ରକାର ନିଶ୍ଚିତ । କାମ ଦେଲା ନିର୍ଦ୍ଧାରିତ ସମୟ ପୂର୍ବରୁ ସରକାର ଭାଙ୍ଗିବା

117

କନକ ବ୍ୟୁରୋ: ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ଏବେ ଜାରି ରହିଛି ଭୋଟ୍ ଗଣନା । ୮୫୦୦ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ୧ଲକ୍ଷ ୭୪ହଜାର ୭୨୪ଟି ଇଭିଏମରେ ସିଲ ହୋଇ ରହିଛି । ୫ଟି ରାଜ୍ୟର ୬୭୯ଟି ଆସନରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ରାଜସ୍ଥାନରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହେବା କାରଣରୁ ୬୭୮ଟି ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ ହୋଇଛି ।

ସାଧାରଣ ନିର୍ବାଚନକୁ ଆଉ ମାତ୍ର ୫ମାସ ଥିବାରୁ ଏହି ନିର୍ବାଚନ ଫଳାଫଳ ରାଜନୈତିକ ଦଳ ଗୁଡିକ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି । ତେବେ ଭୋଟ ଗଣତି ଆରମ୍ଭ ହେବା ପରେ କିଏ ଗଢିବ ସରକାର ଏବଂ କାହାକୁ ଯିବାକୁ ପଡିବ ବନବାସ ତାହା ଏବେ ଧିରେ ଧିରେ ସ୍ପଷ୍ଟ ହେବାକୁ ଲାଗିଛି । ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ଶାସନକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ରାଜସ୍ଥାନରେ ବର୍ତ୍ତମାନ ବିଜେପିଠାରୁ ବହୁ ଆଗରେ ରହିଛି କଂଗ୍ରେସ । ସେହପରି ମଧ୍ୟ ପ୍ରଦେଶରେ ବି ସମାନ ଅବସ୍ଥା ।

ଅନ୍ୟପଟେ ତେଲେଙ୍ଗାନାରେ କେସିଆର କମାଲ କରିପାରନ୍ତି ବୋଲି ବର୍ତ୍ତମାନର ଭୋଟଗଣତିରୁ ସ୍ପଷ୍ଟ ହୋଇଛି । ଟିଆରଏସ୍ ୭୭, କଂଗ୍ରେସ୨୮, ବିଜେପି ୨ ଓ ଅନ୍ୟାନ୍ୟ ୪ଟି ଆସନରେ ଆଗୁଆ ଅଛନ୍ତି। ତେବେ ୨୦୧୪ ଆନ୍ଧ୍ରପ୍ରଦେଶର ବିଭାଜନ ହୋଇ ସୃଷ୍ଟ ଭାରତର ସବୁଠୁ କ୍ଷୁଦ୍ର ରାଷ୍ଟ୍ର ତେଲେଙ୍ଗାନାରେ ପ୍ରଥମ ଥର ଲାଗି ସମସ୍ତ ୧୧୯ ବିଧାନସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।