ପଦ୍ମପୁରରେ ପ୍ରଚାରକୁ ଓହ୍ଲାଇଲେ ସୂରଜ ସୂର୍ଯ୍ୟବଂଶୀ। ରାତିରେ ପ୍ରଚାର କରୁଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା।

117

କନକ ବ୍ୟୁରୋ: ଧାମନଗରର ନବନିର୍ବାଚିତ ବିଧାୟକ ସୂରଜ ସୂର୍ଯ୍ୟବଂଶୀ, ଏବେ ପଦ୍ମପୁର ଉପନିର୍ବାଚନରେ ବିଜେପି ପାଇଁ ସାଜିଛନ୍ତି ଷ୍ଟାର ପ୍ରଚାରକ୍ । ତାଲିକା ଘୋଷଣା ପରେ ପରେ ସୂରଜ ପହଞ୍ଚି ଯାଇଛନ୍ତି, ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଳ ବ୍ଳକରେ । ସେଠାରେ ପ୍ରଭୁ ନୃସିଂହନାଥଙ୍କୁ ଦର୍ଶନ କରି ଆରମ୍ଭ କରିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର । ସୂରଜଙ୍କ ଭାଷଣ ଓ କଥା କହିବାର ଶୈଳୀ ଧାମନଗରବାସୀଙ୍କ ଉପରେ ଯାଦୁ ସୃଷ୍ଟି କରିବା ପରେ, ପଦ୍ମପୁରରେ ଏହାର ଉପଯୋଗ କରିବାକୁ ଯୋଜନା କରିଛିି ଭାରତୀୟ ଜନତା ପାର୍ଟି । ପଦ୍ମପୁର ପ୍ରଚାର ମଇଦାନରୁ ସୂରଜ କହିଛନ୍ତି, ସଂଗ୍ରାମୀ ମାଟିରେ ପଦ୍ମ ଫୁଟିବ ।

ପଦ୍ମପୁର ଉପନିର୍ବାଚନ ପାଇଁ ନାମଙ୍କନ ପରେ ଏବେ ପ୍ରଚାରରେ କମ୍ପୁଛି ପୂରା ନିର୍ବାଚନମଣ୍ଡଳୀ । ବିଜେଡି ଓ ବିଜେପି ପ୍ରାର୍ଥୀ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ଲାଗି ରାତି ଦିନକୁ ଏକ କରି ଦେଇଛନ୍ତି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବାପାଙ୍କ ଆସନରୁ ବିଜୟୀ ହେବା ପାଇଁ ରାତି ଦିନ ପ୍ରଚାର କରୁଛନ୍ତିି । ହାତରେ କମ୍ ସମୟ ଥିବାରୁ, ରାତିରେ ବି ପ୍ରଚାର କରୁଛନ୍ତିି ବର୍ଷା । ପ୍ରଚାରବେଳେ ବାପାଙ୍କ କଥା ମନେ ପକାଇ କାନ୍ଦୁଥିବା ଦେଖିବାକୁ ମିଳିଛି ।ଯାହା ଭୋଟରଙ୍କ ଭିତରେ ଭାବପ୍ରବଣତା ସୃଷ୍ଟି କରୁଛି । ଅନ୍ୟପଟେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବି ନିଜର ସମର୍ଥକଙ୍କ ସହ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି । ପ୍ରଚାରବେଳେ ଲୋକଙ୍କ ଦୁଃଖସୁଖ ପଚାରି ବୁଝୁଛନ୍ତି । ଯାହା ବେଶ ଭାଇରାଲ ହେଉଛି । ନିର୍ବାଚନ ସମୟ ପାଖେଇ ଆସୁଥିବାରୁ, ଆଗକୁ ଏହି ପ୍ରଚାର ଆହୁରି ଜୋରଦାର ହେବ ବୋଲି ଅନୁମାନ କରାଯାଉଛି ।