ଷ୍ଟଡି ଟୁରରେ ଦୁର୍ଘଟଣା ଏଡାଇବାକୁ ଗଣଶିକ୍ଷା ବିଭାଗର ପଦକ୍ଷେପ : ପିଲାଙ୍କ ବୁଲିଯିବା ପାଇଁ ଜାରିହେଲା ଗାଇଡ ଲାଇନ

35

କନକ ବ୍ୟୁରୋ : ପୁରୀ ବେଳାଭୂମି ନିକଟରେ ପଡି ରହିଥିବା ଏହି ମୃତ ଦେହ ସବୁ ଅନେକ ପରିବାରର ସ୍ୱପ୍ନକୁ ଧୋଇ ନେଇଛି । କିଏ ସାଙ୍ଗ ସାଥୀଙ୍କ ସହ ମଜା କରିବାକୁ ଆସିଥିଲେ ତ ପୁଣି କିଏ ସ୍କୁଲ କଲେଜର ଷ୍ଟଡିଟୁରରେ ବେଳାଭୂମି ବୁଲିବାକୁ ଆସିଥିଲେ । ହେଲେ ଗଭୀର ସମୁଦ୍ରରେ ଅକାତକାତ ପାଣିରେ ମଜା କଲା ଭିତରେ ମୁତ୍ୟୁର ଜନ୍ତାରେ ପଡି ଯାଇଥିଲା ସେମାନଙ୍କ ଜୀବନ । କିଏ ପହଁରା ନଜାଣି ସମୁଦ୍ରରେ ଗାଧୋଉଥିଲେ ତ ପୁରି କିଏ ଗଭୀର ପାଣିକୁ ଯିବାର ନିଶାରେ ଜୀବନ ହାରିଲେ ।

ବିଭିନ୍ନ ସମୟରେ ସମୁଦ୍ରରେ ବୁଡି ପ୍ରାଣ ହରାଉଥିବା ଏଭଳି ଯୁବ ପିଢିଙ୍କ ସୁରକ୍ଷା ପାଇଁ ଏବେ ଚେତିଛନ୍ତି ସରକାର । ଏଣୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଷ୍ଟଡିଟୁର ଅବା ପିକନିକ୍ ପାଇଁ ସମୁଦ୍ରକୂଳକୁ ଗଲେ ସର୍ତକ ରହିବା ପାଇଁ ଜାରି ହୋଇଛି ଗାଡଇଡଲାଇନ ।

ବେ ଜାଣିନିଅନ୍ତୁ ଷ୍ଟଡିଟୁର ସମୟରେ ସମୁଦ୍ର ବୁଲିବାକୁ ହେଲେ କେଉଁ ସବୁ ଦିଗକୁ ଗୁରୁତ୍ୱ ଦିଆଯିବ-
୧ – ଅଭିଭାବକଙ୍କ ବିନା ସହମତିରେ ଯାଇପାରିବେନି ଛାତ୍ରଛାତ୍ରୀ ।
୨- ଛାତ୍ରୀ ମାନଙ୍କ ସହ ଜଣେ ଶିକ୍ଷୟିତ୍ରୀ ରହିବେ ।
୩-ଡ୍ୟାମ, ପାୱାରପ୍ଲାଂଟ, ସମୁଦ୍ରକୂଳକୁ ଷ୍ଟଡିଟୁର ଯିବା ପାଇଁ ଜିଲ୍ଲାପାଳଙ୍କ ଅନୁମତି ଆବଶ୍ୟକ ।
୪-ପିକନିକ ଯାଉଥିବା ଛାତ୍ର ଛାତ୍ରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ଶିକ୍ଷାନୁଷ୍ଠାନ ପ୍ରସ୍ତୁତ କରିବେ

ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ଓ କଲେଜକୁ ରାଜ୍ୟ ସରକାର ଏହି ଚିଠି ଜାରି କରିଛନ୍ତି । ଏହା ସହ ନିୟମାବଳୀକୁ କଡାକଡି ପାଳନ କରାନଗଲେ କାର୍ଯ୍ୟାନୁଷ୍ଠାନ ପାଇଁ ବି ତାଗିଦ୍ କରିଛନ୍ତି ।