‘ଦିଲ୍ଲୀ ନେତା ଗୋ ବ୍ୟାକ୍‌’ ସ୍ଳୋଗାନରେ କମ୍ପିଲା କଂଗ୍ରେସ ବୈଠକ : ବି.କେ. ହରିପ୍ରସାଦ ଓ ଶୁଭଙ୍କର ସରକାରଙ୍କୁ ଛାତ୍ର କଂଗ୍ରେସର ବିକ୍ଷୋଭ

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କଂଗ୍ରେସ ଭିତରେ ଥିବା ବିବାଦ ପୁଣି ପଦାରେ ପଡ଼ିଛି । ଏଥିପାଇଁ କଂଗ୍ରେସର ଜାତୀୟ ସ୍ତରର ନେତା ହଟହଟା ହୋଇଛନ୍ତି । ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଓଡ଼ିଶା ପ୍ରଭାରୀ ବି.କେ. ହରି ପ୍ରସାଦ ଓ ସହ ପ୍ରଭାରୀ ଶୁଭଙ୍କର ସରକାରଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଛି ।

ବୁଧବାର ଅପରାହ୍ନରେ କଂଗ୍ରେସର ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଯୁବ ଓ ଛାତ୍ର କଂଗ୍ରେସର ସଦସ୍ୟମାନେ ସେଠାକୁ ଧସେଇ ପଶିବା ସହ ‘ଦିଲ୍ଲୀ ନେତା ଗୋ ବ୍ୟାକ୍‌’  ସ୍ଲୋଗାନ ଦେଇଥିଲେ । ଭବିଷ୍ୟତରେ ଦିଲ୍ଲୀନେତାଙ୍କୁ ରାଜ୍ୟରେ ପୁରାଇ ଦିଆଯିବନି ବୋଲି ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କର ଅନ୍ତେଷ୍ଟି କ୍ରିୟାରେ ଦିଲ୍ଲୀ କଂଗ୍ରେସର କୌଣସି ତୁଙ୍ଗନେତା ଯୋଗ ନଦେବା କାରଣରୁ ରାଜ୍ୟର ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ବି.କେ.ହରିପ୍ରସାଦ ଓ ଶୁଭଙ୍କର ସରକାରଙ୍କୁ ଏଭଳି ବିରୋଧ ପ୍ରଦର୍ଶନ କରିଥିବା ଜଣାପଡ଼ିଛି ।