ରାହୁଲ ଭଟ୍ଟଙ୍କ ହତ୍ୟା ଘଟଣାକୁ ନେଇ ଶ୍ରୀନଗର ଅଶାନ୍ତ: ସ୍ଥାନୀୟ ପ୍ରଶାସନ ବିରୋଧରେ ଜୋରଦାର ପ୍ରଦର୍ଶନ

123

କନକ ବ୍ୟୁରୋ: ଜାମ୍ମୁ କାଶ୍ମିରୁ ଏକ ବଡ ଧରଣର ଖବର ସାମ୍ନାକୁ ଆସିଛି । ତହସିଲ କାର୍ଯ୍ୟାଳୟ ଭିତରେ ପସି କର୍ମଚାରୀଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ମୃତ କର୍ମଚାରୀ ଜଣେ କାଶ୍ମିରୀ ପଣ୍ଡିତ ହୋଇଥିନା ଜଣାପଡିଛି । ସେହିପରି ଜଣେ ପୁଲିସ କର୍ମଚାରୀଙ୍କ ଘର ଭିତରେ ପସି ସମାନ ଢଙ୍ଗରେ ହତ୍ୟା କରାଯାଇଛି । ଘଟଣାକୁ ନେଇ ସାରା ଅଚଂଳରେ ଆତଙ୍କ ଖେଳିଯାଇଛି । ସେପଟେ ଘଟଣାକୁ ନେଇ ସରକାର ଓ ପ୍ରଶାସନ ବିରୁଦ୍ଧରେ ପ୍ରର୍ଦଶନ କରିଛନ୍ତି କାଶ୍ମିର ପଣ୍ଡିତ ।

ଜାମ୍ମୁକାଶ୍ମିରରେ ପୁଣି କାଶ୍ମିର ପଣ୍ଡିତଙ୍କ ଟାର୍ଗେଟ କିଲିଂ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ବଡଗାମ ଜିଲ୍ଲାରେ ଥିବା ତହସିଲ ଅଫିସ ଭିତରେ ପଶି ଆଖିବୁଜା ଗୁଳିଚାଳନା କରିଛନ୍ତି କୁକ୍ଷାତ ଆତଙ୍କବାଦୀ । ଘଟଣାରେ ଜଣେ କିରାଣୀ ରାହୁଲ ଭଟ୍ଟଙ୍କ ମୃତ୍ୟୁ ହୋଇଛି । ରାହୁଲ ଭଟ୍ଟ ଜଣେ କାଶ୍ମିର ପଣ୍ଡିତ ହୋଇଥିବା ଜଣାପଡିଛି । ଶୁକ୍ରବାର ପୁଲୱାମା ଜିଲ୍ଲାରୁ ମଧ୍ୟ ଏକ ସମାନ ଡଙ୍ଗର ଘଟଣା ସାମ୍ନାକୁ ଆସିଛି । ଆତଙ୍କବାଦୀ ମାନେ ଅହମଦ ଠୋକର ନାମକ ଜଣେ ପୁଲିସ କର୍ମୀଙ୍କ ଘରେ ପସି ତାଙ୍କୁ ବିଭତ୍ସ ହତ୍ୟା କରିଛନ୍ତି । ଗତ ୨୪ ଘଂଟା ମଧ୍ୟରେ ୨ ଟି ହତ୍ୟାକାଣ୍ଡ ଘଟିବା ଫଳରେ ସ୍ଥାନୀୟ ଅଂଚଳରେ ଆତଙ୍କର ମାହୋଲ ଖେଳିଯାଇଛି । ସେପଟେ ଘଟଣାକୁ ବିରୋଧା କରିବା ସହ ରାଜ ରାସ୍ତାକୁ ଓହ୍ଲାଇଛନ୍ତି କାଶ୍ମିରୀ ପଣ୍ଡିତ । କାଶ୍ମିରୀ ପଣ୍ଡିତ ମାନେ ପ୍ରଶାସନ ବିରୁଦ୍ଧରେ ନାରାବାଜୀ ମଧ୍ୟ କରିଥିବା ଦେଖିବାକୁ ମିଳିଛି ।

ସବୁଦିନ ପରି ଗୁରୁବାର ବଡଗାମ ଜିଲ୍ଲାରେ ତହସିଲ କାର୍ଯ୍ୟାଳୟରେ କାମ ସ୍ୱଭାବିକ ଚାଲିଥିଲା । ଏହି ସମୟରେ ଅଚାନକ ଦଳେ ଆତଙ୍କବାଦୀ ଅଫିସ ଭିତରକୁ ଧସେଇ ପସି ପ୍ରଶ୍ନ କରିଥିଲେ, ରାହୁଲ ଭଟ୍ଟ କିଏ? ଏବଂ ତା ପରେ ରାହୁଲଙ୍କ ଉପରକୁ ଆଖିବୁଜା ଗୁଳିଚାଲନା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପୁଲିସ କନେଷ୍ଟବଳ ଅହମଦ ଠୋକରଙ୍କୁ ମଧ୍ୟ ସମାନ ଢଙ୍ଗରେ ହତ୍ୟା ହୋଇଛି । ଘଟଣାକୁ ନେଇ ଏବେ ସାରା ଅଂଚଳରେ ଉତେଜନା ଦେଖାଦେଇଛି । ସେପଟେ ଘଟଣାକୁ ସରକାର୍ଙ୍କ ବିଫଳତା ବୋଲି କହିଛନ୍ତି ପୁର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ।

ସେପେଟେ ପୁଲିସ ମାମାଲାର ଯାଂଚ ଆରମ୍ଭ କରିଥିବା ଜଣାପଡିଛି । ସେପଟେ ଏତେ କଡ ସୁରକ୍ଷା ଥିବା ସତ୍ୱେ ଆତଙ୍କବାଦୀଙ୍କ ଗତିବିଧି କିପରି ବୃଦ୍ଦି ହେଉଛି ତାକୁ ନେଇକି ପ୍ରଶ୍ନ ଉଠିଛି ।
ଦିନକୁ ଜାମ୍ମୁ କାଶ୍ମିରେ ପରିସ୍ଥିତି ଖରାପ ହେବାରେ ଲାଗିଛି । ଘଟଣାକୁ ନେଇକି ସରକରା କ’ଣ ପଦକ୍ଷେପ ନେଇଛନ୍ତି ତାହା ଦେଖିବାକୁ ବାକି ରହିଲା ।