ହଜି ଯାଇଛି କି ଆପଣଙ୍କ ଏଟିଏମ କାର୍ଡ ? ତେବେ ସର୍ବପ୍ରଥମେ କରନ୍ତୁ ଏହି ଗୋଟିଏ କାମ, ବ୍ୟାଙ୍କ ଦେବ କ୍ଷତିପୂରଣ

63

ଧିରେ ଧିରେ ଡିଜିଟାଲ ହେଉଛି ଇଣ୍ଡିଆ । ସ୍ମାର୍ଟ ହେଉଛନ୍ତି ଜନତା । ତେବେ ଡିଜିଟାଲ ଆଡକୁ ଅଗ୍ରସର ହେଉଥିବା ଭାରତରେ ଉଭୟ କ୍ରେଡିଟ ଏବଂ ଡେବିଟ କାର୍ଡର ବ୍ୟବହାର ଦ୍ରୁତଗତିରେ ବୃଦ୍ଧିପାଇବାରେ ଲାଗିଛି । ଖାଲି ଏତିକି ନୁହେଁ ଏଣିକି କ୍ରେଡିଟ କାର୍ଡ ଭଳି ହିଁ ଡେବିଟ କାର୍ଡ ଉପରେ ମଧ୍ୟ ଇଏମଆଇର ସୁବିଧା ବି ଉପଲବ୍ଧ । ହେଲେ ଇଣ୍ଡିଆ ଯେତେ ଡିଜିଟାଲାଇଜ ହେଉଛି ଅନୁରୂପ ଭାବରେ ଅପରାଧ ମଧ୍ୟ ବଢିବାରେ ଲାଗିଛି ।

ଧରି ଦିଅନ୍ତୁ ଆପଣ ବୁଲିବାକୁ ଯାଇଛନ୍ତି ଏବଂ ସେଠାରେ ଆପଣଙ୍କର ପର୍ସକୁ ଚୋରି ହୋଇଗଲା. ଆଉ ଏହି ପର୍ସରେ ଆପଣଙ୍କର ଉଭୟ ଡେବିଟ ଏବଂ କ୍ରେଡିଟ କାର୍ଡ ରହିଯାଇଛି । ତେବେ ଏଭଳି ପରିସ୍ଥିତିରେ ଆପଣ କଣ କରିବେ । ଆଜି ଆମେ ଏହି ଖବର ଜରିଆରେ ଆପଣ ଜଣାଇବୁ କି ଏଭଳି ପରିସ୍ଥିତିରେ ଆପଣ ବିଚଳିତ ହେବା ପରିବର୍ତ୍ତେ କଣ କରିବା ଉଚିତ । ତେବେ ଆସନ୍ତୁ ଜାଣିବା ।

• କାର୍ଡ ହଜିଗଲେ କିମ୍ବା ଚୋରି ହୋଇଗଲେ ସର୍ବପ୍ରଥମେ ନିଜ ସମ୍ବନ୍ଧିତ ବ୍ୟାଙ୍କ ସହ ଯୋଗାଯୋଗ କରି କାର୍ଡକୁ ତୁରନ୍ତ ବ୍ଲକ କରିବାକୁ ଆବେଦନ କରନ୍ତୁ । ଯାହାଦ୍ୱାରା ଆପଣଙ୍କ ତରଫରୁ ବ୍ୟାଙ୍କକୁ ସୂଚନା ଦିଆଯିବା ପରେ ହଜି ତଥା ଚୋରି ହୋଇଯାଇଥିବା କାର୍ଡରୁ ହେବାକୁ ଥିବା କୌଣସି ବି ଦେଣନେଣ ପାଇଁ ଆପଣ ଦାୟୀ ରହିବେ ନାହିଁ ।

• ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଜାରି ହୋଇଥିବା ସର୍କୁଲାର ମୁତାବକ, ଯେମିତି ହିଁ ଆପଣ କାଡ ଚୋରିହେବା ନେଇ ସୂଚନା ବ୍ୟାଙ୍କକୁ ଦେବେ, ବ୍ୟାଙ୍କର ଦାୟିତ୍ୱ ରହିବ କି ସେ ଆପଣଙ୍କୁ ଆର୍ଥିକ ଫ୍ରଡର ସୁରକ୍ଷା ପ୍ରଦାନ କରିବ । ଏହାଦ୍ୱାରା ଏହା ସୁନିଶ୍ଚିତ ହୋଇଯିବ କି ଯଦି ଆପଣଙ୍କ କାଡର ଦୁରୁପଯୋଗ କରାଯାଏ ତେବେ ଆପଣଙ୍କୁ ଟଙ୍କା ପେମେଂଟ କରିବାକୁ ପଡିବନାହିଁ ।

• ଅଧିକାଂଶ କ୍ରେଡିଟ କାର୍ଡ ଜାରିକର୍ତ୍ତା କାର୍ଡଧାରକଙ୍କ ହୀତ ପାଇଁ ଜିରୋ ଲୟାବିଲିଟି ପଲିସିର ସୁବିଧା ଦେଇରଖିଥାନ୍ତି , ଯେଉଁଥିରେ କାର୍ଡ ଜନିତ ଅସୁବିଧା ସମୟରେ କରାଯାଉଥିବା ବିର୍ତ୍ତିୟ ଫ୍ରଡ ବି ସାମିଲ ରହିଛି । ଏଥିରେ ଗ୍ରାହକଙ୍କୁ ଅଭିଯୋଗ ଶୀଘ୍ରରୁ ଅତି ଶୀଘ୍ର କରିବାକୁ ପଡିଥାଏ , ତେଣୁ ଚେଷ୍ଟା କରିବେ କି ଏଭଳି ପରିସ୍ଥିତିରେ ତୁରନ୍ତ ବ୍ୟାଙ୍କ ସହ ଯୋଗାଯୋଗ କରିବାକୁ ।

• ଯଦି ଆପଣଙ୍କୁ ଡେବିଟ କିମ୍ବା କ୍ରେଡିଟ କାର୍ଡ ଦିଆଯାଇଛି ତେବେ ଏହାର ପଲିସିକୁ ନିଶ୍ଚୟ ଧ୍ୟାନର ସହ ପଢନ୍ତୁ । କାହିଁକି ନା ଯଦି ବ୍ୟାଙ୍କ ଦାୟିତ୍ୱ ନେବାକୁ ମନା କରିଦିଏ ଏବଂ ବ୍ୟାଙ୍କ ତରଫରୁ କୁହାଯାଏ କି, ଏଭଳି ପରିସ୍ଥିତିରେ ହୋଇଥିବା ଅର୍ଥକାରବାର ପାଇଁ ସେ ଉତ୍ତରଦାୟୀ ନୁହେଁ ବୋଲି ତେବେ ଏହି ଭାର ଆପଣଙ୍କ ଉପରକୁ ଚାଲିଆସିବ । କାରଣ କାର୍ଡହୋଲଡରକୁ ପ୍ରମାଣିତ କରିବାକୁ ପଡିବ କି ଏଥିରେ ତାଙ୍କର କୌଣସି ବି ଭୁଲ ନାହିଁ ବୋଲି ।

• ଯଦି ଆପଣ ସଫଳତାମୂଲକ ଏହାକୁ ପ୍ରାମଣିତ କରିଦିଅନ୍ତି ତେବେ ବ୍ୟାଙ୍କ ଆପଣଙ୍କର କ୍ଷତି ହୋଇଥିବା ଟଙ୍କାକୁ ଫେରସ୍ତ କରିବ ହେଲେ ଏହି ପ୍ରକ୍ରିୟାରେ ଟିକେ ସମୟ ଲାଗିବ ।

• ଏଥିପାଇଁ ଚେଷ୍ଟା କରିବେ କି ଆପଣ ଆପଣଙ୍କର କାର୍ଡକୁ ନେଇ ସର୍ବଦା ଆଲର୍ଟ ରୁହନ୍ତୁ ଏବଂ ହଜି ଗଲେ କିମ୍ବା ଚୋରି ହୋଇଯିବା ପରିସ୍ଥିତିରେ ହିଁ ତରୁନ୍ତ ବ୍ୟାଙ୍କକୁ ସୂଚନା ଦିଅନ୍ତୁ ।