ରାମାୟଣକୁ ନେଇ କିଛି ରହସ୍ୟମୟ କାହାଣୀ ! ଦେବୀ ସୀତା ଏବଂ ଲଙ୍କାସୁର ରାବଣଙ୍କ ମଧ୍ୟରେ ଥିଲା କି ସଂପର୍କ

310

ରାମାୟଣର ସମସ୍ତ ବିଷୟବସ୍ତୁ ତଥା ସମସ୍ତ ଚରିତ୍ରମାନର ଘଟଣାବଳୀକୁ ନେଇ ଅନେକ ଗ୍ରନ୍ଥ ରଚନା କରାଯାଇଛି । ଆଉ ରାମାୟଣରେ ଥିବା ଅନେକ ଦ୍ୱନ୍ଦ ଆଜି ମଧ୍ୟ ଚର୍ଚ୍ଚାରେ ରହିଛି । ଯାହାର ଉତ୍ତର ପାଇବା ପାଇଁ ବିଶ୍ୱର ଅନକେ ଜ୍ଞାନୀଗୁଣି ବ୍ୟକ୍ତି ମଧ୍ୟ ଏହାର ସନ୍ଧାନରେ ଲାଗି ପଡିଛନ୍ତି । ତେବେ ଏହି ସମସ୍ତ ବିଷୟ ତଥା ଦ୍ୱନ୍ଦ ମଧ୍ୟରେ ଗୋଟିଏ ହେଲା ମାତା ସୀତା ଏବଂ ଲଙ୍କାସୁର ରାବଣ ମଧ୍ୟରେ ଥିବା ସଂପର୍କ ।

ପଣ୍ଡିତଙ୍କ ମତରେ, ଦେବୀ ସୀତା ଏବଂ ରାବଣ ମଧ୍ୟରେ ଥିବା ସଂପର୍କ ହେଇଛି ଜଣେ ବାପ-ଝିଅର ସଂପର୍କ । ଯଦିଓ ଋଷି ବାଲ୍ମିକୀଙ୍କ ଦ୍ୱାରା ରଚିତ ରାମାୟଣ ରେ ଏ ସଂପର୍କରେ କୌଣସି ସବିଶେଷ ବିବରଣୀ ଉଲ୍ଲେଖ କରାଯାଇନାହିଁ । ତେବେ ତାଙ୍କ ରଚିତ ରାମାୟଣକୁ ପାଖାପାଖି ୧୨୫ଟି ଭିନ୍ନ ଭିନ୍ନ ଢଙ୍ଗରେ ରଚନା କରାଯାଇଛି । ସେଥି ମଧ୍ୟରୁ ‘ଅଦ୍ଭୁତ ରାମାୟଣ’ ଗୋଟିଏ । ଏହା ଚର୍ତୁଃଦଶ ଶତାଦ୍ଦିରେ ରଚନା କରାଯାଇଥିଲା । ଯାହା ଦୁଇ ପ୍ରମୁଖ ଋଷି ତଥା ବାଲ୍ମିକୀ ଏବଂ ଭରଦ୍ୱାଜଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ଉପ ଉଲ୍ଲେଖ ହୋଇଛି ।

ଏହି ରାମାୟଣରେ ଉଲ୍ଲେଖ ରହିଛି କି, ସୀତାଙ୍କ ଜନ୍ମ ମନ୍ଦୋଦରିଙ୍କ ଗର୍ଭରୁ ହିଁ ହୋଇଥିଲା । ଆଉ ମଧ୍ୟ ବର୍ଣ୍ଣନା ହୋଇଛି କି ରାବଣ କହିଥିଲେ କି ‘ଅଜଣାତରେ ବି ଯଦି ମୁଁ ମୋର କନ୍ୟାକୁ ସ୍ୱୀକାର କରେ ତେବେ ମୋର ବିନାଶ ସୁନିଶ୍ଚିତ ।’ ତେବେ ଏହାକୁ ଆଧାର କରି ଏହି ପୁରାଣରେ ବର୍ଣ୍ଣନା କରାଯାଇଛି କି , ଦଣ୍ଡକାରଣ୍ୟରେ ଜଣେ ବ୍ରାହ୍ମଣ ବାସ କରୁଥିଲା । ଆଉ ସେ ମା ଲକ୍ଷ୍ମୀଙ୍କୁ ନିଜର କନ୍ୟା ଭାବରେ ଲାଭ କରିବାକୁ ଇଚ୍ଛା ରଖିଥିଲା । ଯେଉଁଥିପାଇଁ ସେ ପ୍ରତିଦିନ ଏକ କଳସରେ ଦୂବ ସାହାର୍ଯ୍ୟରେ କ୍ଷୀର ସହ ମନ୍ତ୍ର ଉଚ୍ଚାରଣ କରି ଢାଳୁଥିଲା । ଦିନେ ରାବଣ ସେଠାରେ ଆସି ପହଂଚିଥିଲା ଏବଂ ତା’ମଧ୍ୟରେ ନର ରକ୍ତ ଢାଳି ତାକୁ ନିଜ ଘରକୁ ନେଇ ଯାଇଥିଲା । ଏହାକୁ ବିଷ କହି ମନ୍ଦୋଦରିଙ୍କୁ ସାବଧାନର ସହ ରଖିବାକୁ କହିଥିଲା ।

ଦିନେ ରାବଣର ଅତ୍ୟାଚାରରେ ଅତିଷ୍ଟ ହୋଇ ମନ୍ଦୋଦରି ଆତ୍ମହତ୍ୟା କରିବାକୁ ଚିନ୍ତା କଲେ ଏବଂ ଉକ୍ତ କଳସରେ ଥିବା ପଦାର୍ଥକୁ ବିଷ ଭାବି ତାକୁ ପିଇ ଦେଇଥିଲେ । ଏହାପରେ ଅଜାଣତରେ ହିଁ ମନ୍ଦୋଦରି ଗର୍ଭବତୀ ହୋଇଯାଇଥିଲେ । ଏକଥା ଜାଣିବା ପରେ ମନ୍ଦୋଦରି ରାବଣଙ୍କୁ ତୀର୍ଥରେ ଯିବେ ବୋଲି ମିଛ କହି ଲଙ୍କାରୁ ବାହାରି ଆସିଥିଲେ । ଏବଂ ପ୍ରସବ ପରେ ଏକ ନିର୍ଜନ ସ୍ଥାନରେ ଗାତ କରି ଶିଶୁଟିକୁ ପୋତି ଦେଇ ପୁଣି ଲଙ୍କାକୁ ଫେରି ଆସିଥିଲେ ।

ଅନ୍ୟ ପଟେ ରାଜ୍ୟରେ ମରୁଡି ପଡିଥିବା କାରଣରୁ ମିଥିଳା ରାଜା ଜନକ ପଣ୍ଡିତଙ୍କ ପରାମର୍ଶକ୍ରମେ ସେଠାରେ ହଳ କରିବା ଉଦ୍ଦେଶ୍ୟରେ ଯାଇ ପହଂଚିଥିଲେ । ଆଉ ତାଙ୍କ ଆଖି ଶିଶୁଟି ଉପରେ ପଡିଥିଲା । ତେବେ ମାଟି ମଧ୍ୟରୁ ନବଜାତ ଶିଶୁଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିବା ପରେ ତାକୁ ଇଶ୍ୱରଙ୍କ ସନ୍ତାନ ଚିନ୍ତା କରି ନିଜ ଘରକୁ ଆଣି ନିଜ ଝିଅ ଭାବରେ ପାଳିଥିଲେ । ତେବେ ଆମେ ଏଠାରେ କହି ରଖୁଛୁ କି ରାଜା ଜନକ ହେଉଛନ୍ତି ସିଏ ଯିଏ କି ମାତା ସୀତାଙ୍କ ପିତା ଅଟନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –