ଚୋପାର ଚମତ୍କାର ! ଗହଣା କଳା ପଡୁଥିବା ସମସ୍ୟାରୁ ପାଆନ୍ତୁ ମୁକ୍ତି

71

ଲେମ୍ବୁ ସହ ଚୋପାରେ ବି ସାଇଟ୍ରସ ଏସିଡ୍ ରହିଥାଏ । ଏହା ସଫା କରିବାରେ ଖୁବ ଉପକାରୀ ଅଟେ । କଫି କିମ୍ବା ଚା ବାସନ ସଫା କରିବା ପାଇଁ ଲେମ୍ବୁ ଚୋପାକୁ ବ୍ୟବହାର କରି ପାରିବେ । ଏଥିପାଇଁ ଲେମ୍ବୁ ଚୋପାରେ କିଛି ଲୁଣ ମିଶାଇ ସଫା କରିପାରିବେ ।

କମଳା, ଡାଳିମ୍ବ, ଲେମ୍ବୁର ଚୋପାକୁ ଅଲଗା ଅଲଗା ଆକୃତିରେ କାଟନ୍ତୁ । ଏବଂ ଏହାକୁ ଫୁଲ ଆକୃତିରେ ମଧ୍ୟ କାଟିପାରିବେ । ଏହି ସବୁକୁ ଛାଇରେ ଶୁଖାଇବା ପରେ ଏକ ସୁନ୍ଦର ପାତ୍ରରେ ରଖି କିଛି ଫୁଲ ଏବଂ ସୁଗନ୍ଧ ମିଶାଇଦେବେ । ପୂରା ଘର ଏହାଦ୍ୱାରା ସୁଗନ୍ଧିତ ହୋଇ ଉଠିବ ।

କମଳା,କଦଳୀ ଏବଂ ସେଓ ଚୋପାରେ ପଟାସିୟମ ତଥା ଭିଟାମିନ୍-ଏ ପ୍ରଚୁର ପରିମାଣରେ ରହିଥାଏ । ଯାହା ତ୍ୱଚାର ଉଜ୍ଜଳତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ତେବେ ଏସବୁ ଚୋପା ସହ କିଛି ହ୍ୱାଇଟ୍ ସୁଗାର ମିଶାଇ ତାକୁ ମୁହଁରେ ସ୍କ୍ରବ ଭଳି ବ୍ୟବହାର କରିପାରିବେ । ଏହାଦ୍ୱାରା ତ୍ୱଚା ଉଜ୍ଜଳ ଦେଖାଯିବା ସହ କୁଂଚନ ବି ଦୂର କରିଥାଏ ।

ଆଖିରେ ଯନ୍ତ୍ରଣା ହେଉଥିଲେ କିମ୍ବା କ୍ଲାନ୍ତ ଲାଗୁଥିଲେ ଆଳୁ ଚୋପା ଖୁବ୍ ଆରାମ ଦେଇଥାଏ । ତେବେ ଆଳୁ ଚୋପାକୁ ୧୦-୧୫ ମିନିଟ୍ ଯାଏଁ ଦୁଇ ଆଖିରେ ରଖନ୍ତୁ । ଏହାପରେ ନଖଉଷୁମ ପାଣିରେ ଏହାକୁ ଧୋଇ ଦିଅନ୍ତୁ । ଆଳୁ ଚୋପାରେ ଥିବା ଆଂଟିଇନଫ୍ଲାମେଟୋରୀ ଗୁଣ କାରଣରୁ ଏହା ଆଖି ଜନିତ ବିଭିନ୍ନ ସମସ୍ୟା ଦୂର କରିଥାଏ ।

କଦଳୀ ଚୋପାରେ ସାଧାରଣତଃ ମାଗ୍ନନେସିୟମ,ପଟାସିୟମ ଥିବାରୁ ଏହାକୁ ଦାନ୍ତରେ ଘଷିଲେ ଦାନ୍ତର ଉଜ୍ଜଳତା ବୃଦ୍ଧି ପାଇଥାଏ ।

ରୂପା ଗହଣା କଳା ପଡିଯାଉଥିଲେ ଏହାକୁ ପ୍ରଥମେ ଭିଜାଇ କଦଳୀ ଚୋପାରେ ଘଷନ୍ତୁ । ଉଜ୍ଜଳ ଦେଖାଯିବ ।