ମଣିଷ କରିଛି ରାମ ସେତୁ! ପୁରାଣ-ଶାସ୍ତ୍ରର କାହାଣୀକୁ ନୂଆ ମୋଡ ଦେଲା ଆମେରିକୀୟ ସାଇନ୍ସ ଚ୍ୟାନେଲ୍

328

ରାମ ସେତୁ । ପୁରାଣରେ ଏହି ସେତୁ ଯେତିକି ଚର୍ଚ୍ଚା ସୃଷ୍ଟି କରିଛି । ସେତିକି ଚର୍ଚ୍ଚା ସୃଷ୍ଟି ହୋଇଥାଏ, ଏହା ସତ ନା ପୁରାଣ ବର୍ଣିତ ଏକ କାହାଣୀ ବୋଲି । ରାମ ସେତୁ ପ୍ରକୃତିର ଏକ କରିସ୍କା ନା ଏହା ମାନବକୃତ । ବର୍ଷ ବର୍ଷ ଧରି ଚାଲିଥିବା ଏହି ବିତର୍କକୁ ନୂଆ ମୋଡ ଦେଇଛି ଆମେରିକାର ସାଇନ୍ସ ଚ୍ୟାନେଲ ରିଲିଜ୍ କରିଥିବା ଏକ ଭିଡିଓ କ୍ଲପ୍ ।

ବୈଜ୍ଞାନିକଙ୍କ ଗବେଷଣା ଆଧାରରେ ପ୍ରସ୍ତୁତ କରାଯାଇଥିବା ଏହି ୨ ମିନିଟର ଭିଡିଓ କ୍ଲିପ୍ ଅନୁସାରେ ରାମ ସେତୁକୁ ମଣିଷ ତିଆରି କରିଛି, ଏହା ପ୍ରକୃତିକୃତ ନୁହେଁ । ମାତା ସୀତାଙ୍କୁ ଉଦ୍ଧାର କରିବାକୁ ପ୍ରଭୁ ଶ୍ରୀରାମ, ଭାରତରୁ ଲଙ୍କାକୁୁ ବନ୍ଧ ବାନ୍ଧିଥିବାର ଦୃଶ୍ୟ ଆମେ ଟେଲିଭିଜନ୍ ସିରିୟଲ ରାମାୟଣରେ ଦେଖିଥିଲୁ । ଆଉ ସାଇନ୍ସ ଚ୍ୟାନେଲ ରିଲିଜ୍ କରିଥିବା ଭିଡିଓ, ଏହି ଧାରଣାକୁ ମଜଭୁତ କରିଛି । ଏହି ଦୃଶ୍ୟ ହେଉଛି ଏକଦା ଟେଲିଭିଜନ ଦୁନିଆରେ ଚହଳ କରି ଦେଇଥିବା ରାମାନନ୍ଦ ସାଗରଙ୍କ ବହୁଚର୍ଚ୍ଚିତ ଟିଭି ସିରିଏଲ ରାମାୟଣର ଦୃଶ୍ୟ । ଆଉ ଏହି ଦୃଶ୍ୟ ବର୍ଣ୍ଣନା କରୁଛି କିପରି ସମୁଦ୍ରରେ ବନ୍ଧ ବାନ୍ଧୁଛନ୍ତି ପ୍ରଭୁ ରାମଚନ୍ଦ୍ରଙ୍କ ବାନର ସେନା । ରାମାୟଣରେ ବର୍ଣ୍ଣନା ରହିଛି ମାତା ସୀତାଙ୍କୁ ଲଙ୍କାର ରାଜା ରାବଣ କବଳରୁ ମୁକ୍ତ କରିବା ପାଇଁ ପ୍ରଭୁ ଶ୍ରୀରାମ ଲଙ୍କାକୁ ବନ୍ଧ ବାନ୍ଧିଥିଲେ ।

ପୁରାଣ ବର୍ଣ୍ଣିତ ଏହି ରାମ ସେତୁ ସତ ନା କାହାଣୀ ? ରାମ ସେତୁ ମାନବକୃତ ନା ପ୍ରକୃତିର କରିସ୍ମା! ଏହି ବିତର୍କ ବର୍ଷ ବର୍ଷ ଧରି ଚାଲିଥିବା ବେଳେ ଆମେରିକାର ଭୂତତ୍ୱବିତ୍ ଓ ପ୍ରତ୍ନତତ୍ୱବିତ୍ ଏ ନେଇ ଯେଉଁ ମତ ଦେଇଛନ୍ତି, ତାହା ଏହି ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି । ଏହାକୁ ନେଇ ଡିସ୍କୋଭରି କମୁନିକେସନ୍ ସାଇନ୍ସ ଚ୍ୟାନେଲରେ ୨ ମିନିଟର ଏକ ପ୍ରୋମୋ ରିଲିଜ୍ ହୋଇଛି । ମାତ୍ର କିଛି ଘଂଟା ଭିତରେ ଭାଇରାଲ ହୋଇଛି ଏହି ଭିଡିଓ କ୍ଲିପ୍ । ବୈଜ୍ଞାନିକମାନଙ୍କ ଗବେଷଣା ଆଧାରରେ କିଛି ତଥ୍ୟ ଏଥିରେ ପ୍ରକାଶ ପାଇଛି ।

ବୈଜ୍ଞାନିକଙ୍କ ମତ ରାମ ସେତୁ ମାନବକୃତ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ରାମ ସେତୁ ମଣିଷ ତିଆରି କରିଥିବା ପ୍ରକାଶ କରିଛି ଏହି ଭିଡିଓ । ଗବେଷଣା କହୁଛି, ଭାରତର ରାମେଶ୍ୱରମ ନିକଟ ପଂବନ ଆଇଲ୍ୟାଣ୍ଡ ଏବଂ ଶ୍ରୀଲଙ୍କାର ମାନ୍ନାର ଆଇଲ୍ୟାଣ୍ଡ ମଧ୍ୟରେ ୫୦ କିଲୋମିଟର ରାମ ସେତୁ ପ୍ରକୃତି ଯୋଗୁଁ ନୁହେଁ, ବରଂ ଏହାକୁ ମଣିଷ ତିଆରି କରିଛି । ଏହି ଭିଡିଓ କ୍ଲପ୍ରେ ବର୍ଣନା କରାଯାଇଛି ଯେ ସେତୁର ତଳ ଭାଗର ବାଲୁକା ଶଯ୍ୟା ୭୦୦୦ ବର୍ଷ ପୁରୁଣା ହୋଇଥିବା ବେଳେ ଉପରେ ଥିବା ଲାଇମ୍ ଷ୍ଟୋନ ମାତ୍ର ୪୦୦୦ ପୁରୁଣା । ସାଟେଲାଇଟ୍ ଇମେଜକୁ ନେଇ ରାମ ସେତୁର ସତ ଉଦଘାଟନ କରିବାକୁ ଉଦ୍ୟମ କରିଛି ଜାରି କରାଯାଇଥିବା ଭିଡିଓ ।