ଆକ୍ରମଣକୁ ମାତ୍ ଦେଲା ଅନବରତ ଚେଷ୍ଟା : ମାଇସା ହେଲା ମା

61

dos-hombres-evacuan-una-persona-victima-los-bombardeos-hoy-barrio-qatarji-alepo-1461928731417ଅଶାନ୍ତ ସିରିଆ। ସବୁବେଳେ ଏଠି ହୁଏ ବୋମାବର୍ଷଣ। କେତେବେଳେ କାହାର ଜୀବନ ଯିବ ସେକଥା କହିବ ମୁସ୍କିଲ୍। ଯୁଦ୍ଧ ବିଭୀଷିକାରେ ଏବେ ସାମନାକୁ ଆସିଛି ଏଭଳି ଏକ ଚିତ୍ର ଯାହା ବିଶ୍ୱ ସମୁଦାୟକୁ ଚହଲେଇଦେଇଛି। କିନ୍ତୁ ଡାକ୍ତରମାନଙ୍କ ଅବିରତ ଚେଷ୍ଟା ଫଳରେ ମା ଓ ନବଜାତକଟିର ଜୀବନ ବଂଚିଯାଇଛି ।

motherସିରିଆର ଆଲେପୋ ସହରର ମାଇସା। ଯାହାଙ୍କ ଗର୍ଭରେ ଥିଲା ଶିଶୁଟିଏ। ମେଡିକାଲକୁ ଚେକ୍ଅପ୍ କରିବାକୁ ଯିବା ସମୟରେ ହଠାତ୍ ତାଙ୍କ ଉପରେ ହୋଇଥିଲା ଆକାଶମାର୍ଗରୁ ବୋମାମାଡ। ଏଥିରେ ତାଙ୍କ ପେଟରେ ଗୁରୁତର ଆଘାତ ଲାଗିଥିଲା। ଏହି ଆକ୍ରମଣ ଫଳରେ ତାଙ୍କ ପେଟରେ ପଶିଯାଇଥିଲା ଏକ ବୋମାଟୁକୁଡା। ଏହାସହ ମାଇସାଙ୍କ ହାତଗୋଡ ବି ଭାଂଗିଯାଇଥିଲା। ଆରମ୍ଭ ହୋଇଗଲା ଜୀବନ-ମୃତ୍ୟୁର ସଂଘର୍ଷ ।

160823113329-aleppo-baby-2-exlarge-169ଶେଷମୁହୁର୍ତରେ ଡାକ୍ତରଖାନାରେ ପହଂଚିଲେ ମାଇସା। ଏହି ହୃଦୟବିଦାରକ ଦୃଶ୍ୟ ଦେଖି ଡାକ୍ତର ହୋଇଯାଇଥିଲେ ଆଶ୍ଚର୍ଯ୍ୟ। ଉଭୟ ମା ଓ ଶିଶୁକୁ ବଂଚାଇବାକୁ ଆରମ୍ଭ କଲେ ଅବିରତ ଉଦ୍ୟମ। ଏକ ଏର୍ମଜେନ୍ସି ସିଜରିଆନ୍ ଅପରେସନ୍ କରିବାକୁ ନିଷ୍ପତି ନେଲେ ଡାକ୍ତରୀଦଳ। ଶେଷରେ ମାର ଗର୍ଭରୁ ଜନ୍ମ ନେଇଥିଲା ଏକ ନବଜାତ। କିନ୍ତୁ ଏଥିରେ ବି ସରିନଥିଲା ସମାପ୍ତି। ନବଜାତଟି ନା କାନ୍ଦୁଥିଲା ନା ତାର ହୃତପିଣ୍ଡ ଚାଲୁଥିଲା।

160823093007-baby-aleppo-bombing-exlarge-169ଏହାକୁ ନେଇ ମାଇସାଙ୍କ ପରିବାର ନବଜାତ ଶିଶୁଟି ମୃତଭାବି ଭାଂଗିପଡିଥିଲେ। କିନ୍ତୁ ଡାକ୍ତରମାନେ ହରାଇନଥିଲେ ଆଶା। ବାରମ୍ବାର ଶିଶୁଟିକୁ ଘଷିବା ସହ କରାଗଲା ସବୁପ୍ରକାର ଚେଷ୍ଟା। ଶେଷରେ ଶିଶୁଟିର ହୃଦକ୍ରିୟା ଆରମ୍ଭ ହେବା ସହ ଶିଶୁଟି କାନ୍ଦିଥିଲା।