ଘର ବାହାରେ ଖନ୍ଦାଶାଳ : ମହିଳାଙ୍କ ଫୁଡ ଟ୍ରକ୍ ଫଣ୍ଡା

54

7th-Sin-1_pଆଜିର ଦୁନିଆଁ ଆଉ ପୁରୁଷ ପ୍ରଧାନ ଦୁନିଆଁ ହୋଇ ରହିନାହିଁ। ସବୁ କ୍ଷେତ୍ରରେ ଆଜି ନାରୀ ମାନଙ୍କର ସଫଳତାର ସ୍ପର୍ଶ ଦେଖିବାକୁ ମିଳୁଛି। ନାରୀମାନେ କିଛି କମ୍ ନୁହଁନ୍ତି ଏହି ନାରାରେ ଆଜି ନାରୀ ଖୁବ୍ ସଫଳ ଓ ସକ୍ଷମ।

ଏହିଭଳି ଜଣେ ମହିଳା ଅର୍ଚ୍ଚନା ସିଂହ। କରିଛନ୍ତି ଏକ ତାରିଫ ଯୋଗ୍ୟ କାମ। ସମାଜର କିଛି ଆର୍ଥିକ ଅଭାବ ଗ୍ରସ୍ତ ମହିଳାଙ୍କୁ ନେଇ ଆରମ୍ଭ କରିଛନ୍ତି ଫୁଡ କ୍ୟାଟରିଂ କଂପାନୀ। ଘରର କିଚେନକୁ କଷ୍ଟମରଙ୍କ ପାଖରେ ପହଁଚାଉଛନ୍ତି। ଏହା ଏସିଆରେ ପ୍ରଥମ ଫୁଡ ଟ୍ରକ ଚାଳିତ କ୍ୟାଟରିଂ କଂପାନୀ। ଏହି ଫୁଡ ଟ୍ରକକୁ କୁହାଯାଉଛି ‘ସେଭେନଥ ସାଇନ୍ ‘। ଗତ ସପ୍ତାହରେ ବାଙ୍ଗାଲୁରୁରେ ଲୋକଙ୍କୁ ଖାଦ୍ୟ ଯୋଗାଇବାର ସେବା ଆରମ୍ଭ କରିଛି ଏବଂ ଏହି ଫୁଡ ଟ୍ରକ ସମଗ୍ର ଏସିଆରେ ପ୍ରଥମ ଓ ଅଭିନବ ପ୍ରୟାସ। ଯାହା ମହିଳାମାନେ ଚଳାଉଛନ୍ତି।

IND-Bangalore-2ସେଭେନଥ ସାଇନ୍ ହସ୍ପିଟାଲିଟି ସର୍ଭିସ ନାଁ ରେ ଏହି ଟ୍ରକ ଚାଲୁଛି। କିନ୍ତୁ ସବୁଠୁ ମଜାର କଥା ଯେ ମହିଳାଙ୍କ ଏହି ସେଭେନଥ ସାଇନରେ ମହିଳାମାନଙ୍କ ଦ୍ୱାରା ସବୁ କାର୍ଯ୍ୟ ହୁଏ। ଗାଡି ଡ୍ରାଇଭିଂ ଠାରୁ ହିସାବ ପତ୍ର ରଖିବା , ସଫାକରିବା ଓ ରୋଷେଇ କରିବା ଆଦି ସବୁ କାମ ଏଥିରେ ଥିବା ମହିଳାମାନେ ହିଁ କରନ୍ତି । କୈାଣସି ପୁରୁଷର ସହଯୋଗ ଏଥିରେ ନାହିଁ।

ଏହାର ଫାଉଣ୍ଡର ଅର୍ଚ୍ଚନା ସିଂହ କୁହନ୍ତି ଭାରତର ଏହି ଫୁଡ ନେଟୱର୍କ ର ଲକ୍ଷ୍ୟ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଓ ମହିଳାମାନଙ୍କୁ ସାମଜିକ-ଆର୍ଥିକ ପୃଷ୍ଠ ଭୂମିରେ ପୂର୍ଣ୍ଣ ସ୍ୱାଧିନତା ଦେବା। ଏହି ଲକ୍ଷ୍ୟରେ ସେ ଏହାକୁ ଆରମ୍ଭ କରିଛନ୍ତି। ଏହି ଫୁଡ କ୍ୟାଟରିଂ ସେବାରେ ଅନେକ ପ୍ରକାରର ଖାଦ୍ୟ ଆଇଟମ ଲୋକଙ୍କ ରୁଚି ନେଇ ତିଆରି ହୋଇଥାଏ। ଚିକେନ ଟିକ୍କା ପେସ୍ତା , ମଲାଇ ଭେଗି ରିସୋଟୋ , କ୍ୟୁସାଦିଲାଇଣ୍ଡୋ-ପ୍ୟାନ ଏସିଆନ ରାଇସ୍ ବାଓଲ ରେଗୁଲାର ଦିଆଯାଏ। ଏହାର ଫାଉଣ୍ଡର ଅର୍ଚ୍ଚନା ସିଂହ ମଧ୍ୟ ସମାଜ ଏଥିରେ ସମାଜର ନିମ୍ନ ସ୍ତରର ଅଭାବ ଗ୍ରସ୍ତ ମହିଳାଙ୍କୁ ବାଛିଥାନ୍ତି।

source-http://www.thebetterindia.com/

ଏଠି କାମ କରୁଥିବା ମହିଳାମାନେ ସପ୍ତାହରେ ୬ ଦିନ କାମ ବାହାରେ ଖାଦ୍ୟ ଯୋଗାଇଥାନ୍ତି ଏବଂ ସପ୍ତମ ଦିନ ମନ୍ଦିର .ଚର୍ଚ୍ଚ ,ଗୀର୍ଜା ଆଦି ପବିତ୍ର ସ୍ଥାନରେ ଥିବା ଲୋକଙ୍କୁ ମାଗଣାରେ ଖାଦ୍ୟ ଦେଇଥାନ୍ତି। ଫୁଡ ଟ୍ରକରେ ପ୍ରତି ବୁଧବାର ହୋଇଥାଏ ମହିଳା ଦିନ। ଏହି ଦିନ ମେନ୍ୟୁରେ ସ୍ପେଶାଲ ଆଇଟମ ସବୁ ହୋଇଥାଏ। ପ୍ଲେଟ ଦରରେ ଏହା ବିକ୍ରୀ ହୋଇଥାଏ। ଅର୍ଚ୍ଚନା ସିଂହଙ୍କ ଏହି ଫୁଡ ଟ୍ରକ୍ କ୍ୟାଟରିଂ ସେବା ଦ୍ୱାରା ଅନେକ ମହିଳା ସ୍ୱାବଲମ୍ବି ହୋଇପାରିଛନ୍ତି। ଲୋକଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ପ୍ରଶଂସା ପାଇବା ସହ , ଗରିବଙ୍କୁ ମାଗଣାରେ ଖାଦ୍ୟ ଦେଇଥିବାରୁ ଖୁବ୍ ତାରିଫ ପାଇଛନ୍ତି।