ପୋର୍ଟଲ୍ୟାଣ୍ଡ ପ୍ରେସ୍ ହେରାଲ୍ଡରେ ପ୍ରକାଶିତ ହୋଇଛି ଏକ ଆଶ୍ଚର୍ଯ୍ୟକର ଖବର । ଜଣେ ବ୍ୟକ୍ତିର ଅଜବ ହରକତରେ ପୁଲିସ ନାକେଦମ ହୋଇଯାଇଛି । ନିଜକୁ ଗଛ ପରି ସଜେଇ ନିର୍ଜୀବ ପରି ଅଭିନୟ କରୁଥିବାର ଆମେରିକାର ପୋର୍ଟଲ୍ୟାଣ୍ଡ ଷ୍ଟ୍ରିଟରେ ଦେଖିବାକୁ ମିଳିଥିଲା । ପବ୍ଲିକ୍ ରାସ୍ତାରେ କରୁଥିଲେ ଟ୍ରାଫିକ୍ ଜାମ୍ । ପୁଲିସର ଅନେକ ବାରଣ ସତ୍ୱେ ବି ସେ ବ୍ୟକ୍ତି ମାନିନଥିଲେ। ଯେଉଁଥି ପାଇଁ ସେହି ମଣିଷଗଛ ସାଜି ଥିବା ବ୍ୟକ୍ତିକୁ ଗିରଫ କରିଛି ପୁଲିସ ।
Kanak News is now on WhatsApp
Join and get latest news updates delivered to you via WhatsApp
ଘଟଣା ଏମିତି ଥିଲା ଉଡୱର୍ଥ ନାମକ ଆମେରିକାର ଏହି ବ୍ୟକ୍ତି ଗଛର ସାଜି ଧିର ଗତିରେ ରାସ୍ତା ଅତିକ୍ରମ କରୁଥିଲେ । ସେ ନିଜର ନାଁ ଅନୁସାରେ ଏମିତି କରୁଛନ୍ତି ବୋଲି କହିଛନ୍ତି । ପୁଲିସ ସେହି ବ୍ୟକ୍ତକୁ ଗିରଫ କରି ଚେତାବନୀ ଦେଇଥିଲେ ଏମିତି ନକରିବାକୁ । ହେଲେ ଉଡୱର୍ଥ ଗଛ ପରି ଅଭିନୟ କରି ପୁଲିସ କଥାକୁ ଅଣଦେଖା କରିଥିଲେ ଏବଂ ବହୁତ ଧିମାଗତିରେ ଚାଲି ରାସ୍ତା କ୍ରସ କରୁଥିଲେ ।
ଗଛ ସାଜିଥିବା ଏହି ବ୍ୟକ୍ତି ଉଡୱର୍ଥ କହିଛନ୍ତି ସେ ଏମିତି କରି ନିଜର ପରଫରମାନ୍ସ ବିଷୟରେ ଜାଣିବାକୁ ଚାହୁଁଥିଲେ ଏବଂ ଏପରି ନାଚ୍ୟୁରାଲ କୋରିଓଗ୍ରାଫି କରି ଲୋକଙ୍କୁ ପ୍ରଭାବିତ କରୁଥିଲେ ।
ଦେଖନ୍ତୁ ଏହି ଭିଡିଓ –