ରିଲାଏନ୍ସ ଜିଓର ନୂଆ ଫଣ୍ଡା : ବଜାରକୁ ଛାଡିବ ହଜାରେ ଟଙ୍କିଆ ୪ଜି ସ୍ମାର୍ଟଫୋନ୍
ରିଲାଏନ୍ସ ଜିଓର ନୂଆ ଫଣ୍ଡା । ବଜାରକୁ ଛାଡିବ ସବୁଠୁ ଶସ୍ତା ହଜାରେ ଟଙ୍କିଆ ୪ଜି ସ୍ମାର୍ଟଫୋନ୍ । ବିଶେଷକରି ଗ୍ରାମାଂଚଳର ଉପଭୋକ୍ତାମାନଙ୍କ ପାଇଁ ଆଣିଦେବ ନୂଆ ସୁବିଧା । ଏଥିପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ରିଲାଏନ୍ସ ଜିଓ । ୧୦୦୦ ଓ ୧୫୦୦ ଟଙ୍କାରେ ଦୁଇଟି ଫୋନ ବଜାରକୁ ଛାଡିବା ପାଇଁ ପ୍ରସ୍ତୁତି ଚଳାଇଛି ରିଲାଏନ୍ସ ଜିଓ । ଏହା ଗ୍ରାହକଙ୍କୁ ଆକର୍ଷିତ କରିବ ବୋଲି କମ୍ପାନୀ ପ୍ରକାଶ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମିଡିଆ ରିପୋର୍ଟ ଅନୁସାରେ ଟେଲିକମ୍ କଂପାନୀ ରିଲାଏନ୍ସ ଜିଓ ଆଗାମୀ ବର୍ଷର ପହିଲାରେ ୧୦୦୦ଟଙ୍କାରୁ ୧୫୦୦ଟଙ୍କା ଦାମରେ ଦେଶର ସବୁଠୁ ଶସ୍ତା ୪ଜି ଭୋଲଟି ମୋବାଇଲ୍ ଛାଡିବ । ସୂଚନା ଅନୁସାରେ ଏହି ସ୍ମାର୍ଟଫୋନ ସ୍ପ୍ରେଡଟ୍ରମ ୯୮୨୦ ପ୍ରୋସେସରରେ ଚାଲିବ ଏବଂ ଏଥିରେ ୱାଇଫାଇ ,କ୍ୟାମେରା ଓ ବ୍ଲିଟୁଥ୍ ମଧ୍ୟ ଉପଲବ୍ଧ ହେବ । ଏହା ସହ ଅନଲିମିଟେଡ ଭଏସ ଏବଂ ଭିଡିଓ କଲିଙ୍ଗର ସୁବିଧା ରହିବ ।
ପ୍ରାୟ ୬୫ ପ୍ରତିଶତ ଭାରତୀୟ ଫିଚର ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । ସବୁଠାରୁ ଶସ୍ତା ୪ଜି ସ୍ମାର୍ଟଫୋନ ପ୍ରାୟ ୩୦୦୦ ଟଙ୍କାରେ ବଜାରରେ ମିଳୁଛି । ସମସ୍ତ ଗ୍ରାହକ ସ୍ମାର୍ଟଫୋନ୍ ବ୍ୟବହାର କରି ପାରୁନାହାଁନ୍ତି । ରିଲାଏନସ ଜିଓ କମ୍ପାନୀର ଏହି ଶସ୍ତା ମୋବାଇଲ ଜାନୁଆରୀ-ମାର୍ଚ୍ଚ ମଧ୍ୟରେ ବଜାରରେ ଉପଲବ୍ଧ ହେବ । ଅନ୍ୟ ସ୍ମାର୍ଟଫୋନ ପରି ଏହି ଫୋନ କାମ କରିବ । ଆପଣ ଏ ଫୋନରେ କଲ କରିବା ସହ ଇଂଟରନେଟ ମଧ୍ୟ ବ୍ୟବହାର କରିପାରିବେ । କିନ୍ତୁ ଏହି ଫୋନରେ କେବଳ ଟଚସ୍କ୍ରିନର ସୁବିଧା ରହିବ ନାହିଁ । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏହି ଖବର ଏବେ ଚର୍ଚ୍ଚାରେ ।