ନୂଆ ଘରେ ନୂଆ ସୁରକ୍ଷା : ଚର୍ଚ୍ଚାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବୁଲେଟପ୍ରୁଫ୍ ବାଥରୁମ୍

26

3ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବେ ଚର୍ଚ୍ଚାରେ । କୈାଣସି ରାଜନୈତିକ ଉଦ୍ଦେଶ୍ୟରେ ନୁହେଁ । ନିଜର ନୂଆ ଘରକୁ ନେଇ । ଏହି ନୂଆ ଘରେ ବାଥରୁମରେ ଲାଗିଛି ବୁଲେଟପ୍ରୁଫ୍ ଗ୍ଲାସ୍ । ସାଧାରଣତଃ ଏବେ ଦୃର୍ବୁତ୍ତ ଶ୍ରେଣୀୟ ଲୋକେ ସବୁବେଳେ ବଡ ବଡ ରାଜନେତା ଓ ମନ୍ତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି । ଗନ୍ତବ୍ୟ ସ୍ଥଳୀ ହେଉ ବା ବାସସ୍ଥଳୀ କୈାଣସି ସ୍ଥାନ ବି ସୁରକ୍ଷିତ ନୁହେଁ ।

4ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଛି ଏ ଖବର । ରାଜ୍ୟ ଇଂଟେଲିଜେନ୍ସିର ସୁପାରିଶ କ୍ରମେ ରାଜ୍ୟର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନୂଆ ଘର ଅଫିସ କମ୍ ରେସିଡେଂଟର ଲାଗିଛି ବୁଲେଟପ୍ରୁଫ ସିଷ୍ଟମ ।ବେଗମପେଟରେ ଏହି ବିରାଟ ପ୍ରାସାଦରେ ରହିଛି ଏକ ବିରାଟ ବାଥରୁମ । ୧ ଲକ୍ଷ ବର୍ଗ ଫୁଟରେ ଏହା ତିଆରି ହୋଇଛି । ଏହି ବାଥରୁମର ଭେଂଟିଲେଟର ଓ ଝରକାରେ ଲାଗିଛି ବୁଲେଟପ୍ରୁଫ୍ ଗ୍ଲାସ୍ । ଏହି ପ୍ରାସାଦରେ ରହିଛି ମୁଖ୍ୟମନ୍ତ୍ରୀ ଓ ତାଙ୍କ ପୁଅଙ୍କ ଦୁଇଟି ବେଡରୁମ୍ । ଏଥରେ ମଧ୍ୟ ଲାଗିଛି ଉଚ୍ଚମାନର ଗ୍ଲାସ୍ । ଏହାର ମୂଲ୍ୟ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ।

2ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତାଙ୍କର ଏହି ନୂଆ ପ୍ରାସାଦକୁ ଆସନ୍ତା ଗୁରୁବାର ଦିନ ଯିବାକୁ ସ୍ଥିର କରିଛନ୍ତି । ଏଣୁ ରାଜ୍ୟର ଇଂଟେଲିଜେନ୍ସି ଏହି ସୁରକ୍ଷା ବ୍ୟବସ୍ଥାର ସୁପାରିଶ କରିଛି । ଏହା ଏକ ଅଫିଆଲ ବଙ୍ଗଳା ହେବାକୁ ଯାଉଛି । ଅନେକ ପୁଲିସ ଫୋର୍ସ , ଆର୍ମ ଫୋର୍ସମାନେ ଚବିଶ ଘଂଟା ସଜାଗ ରହିଛନ୍ତି । ଆଉ ମଧ୍ୟ ଏହି ବୁଲେଟପ୍ରୁଫ୍ ବ୍ୟବସ୍ଥା ଦ୍ୱାରା ସୁରକ୍ଷା ବ୍ୟବସ୍ଥାରେ ଅନେକ ଉନ୍ନତି ହୋଇପାରିବ । ଆଉ ଅଧିକ ଅର୍ଥ ସିକ୍ୟୁରିଟିରେ ଖର୍ଚ୍ଚ ହେବ ନାହିଁ । ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ ବାଥରୁମର ଏହି ଅଭିନବ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ଚର୍ଚ୍ଚା ।

ଏହାସହ ଦେଖନ୍ତୁ –

ଏହାସହ ମଧ୍ୟ ଦେଖନ୍ତୁ – ସ୍ୱୀକୃତି ମିଳିଲା କ୍ୟାନସର ପୀଡିତା ଶେଷ ଇଚ୍ଛାକୁ : ପୁଣି ଥରେ ବଂଚିବା ପାଇଁ ଝିଅର ଶବକୁ ରଖାହେଲା ସାଇତା