ସତ ସଂପର୍କରେ ମିଛ ପ୍ରେମ ! କାମୁକ ପ୍ରେମିକ କଲା ଛଳନା

38

ବେଙ୍ଗାଲୁରୁ: ଟ୍ରେନ୍‌ରେ ଜଣେ ଯୁବକଙ୍କ ସହିତ ମହିଳାଙ୍କ ପ୍ରେମ ହେବା ପରେ ସେହି ଯୁବକ ତାଙ୍କ ସହିତ ଦୁଷ୍କର୍ମ କରିଥିବା ନେଇ ହାବେରି ପୁଲିସ ଥାନରେ ଏକ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ହାବେରିରେ ବସବାସ କରୁଥିବା ଅଭିଯୁକ୍ତ ମାରିକୁମାର(୨୬) ତେଜରାତି ବ୍ୟବସାୟ କରନ୍ତି। ହାବେରିର କରଘାରି ରେଳ ଷ୍ଟେସନ୍‌ରେ ମାରିକୁମାରର ଆରତି (ଛଦ୍ମନାମ) ନାମକ ଏକ ମହିଳାଙ୍କ ସହିତ ଭେଟ ହୋଇଥିଲା। ଆରତି ତାଙ୍କ ସ୍ୱାମୀଙ୍କ ସହିତ ବିଦ୍ୟାନାରାୟଣପୁରରେ ଦୁଇଟି ପିଲାଙ୍କ ସହିତ ରହୁଥିଲେ। ଆରତି ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ସବୁବେଳେ କଥାକଟାକଟି ହେବା ସହିତ ଝଗଡ଼ା ଲାଗି ରହିଥାଏ। ଅକ୍ଟୋବର ୪ ତାରିଖ ଦିନ ମାରିକୁମାର ଆରତିକୁ ଯଶବନ୍ତପୁର ରେଲେଓ୍ଵ ଷ୍ଟେସନ୍‌ରେ ଦେଖା କରିବାକୁ ଡାକିଥିଲେ। ଆରତି ବି ମାରିକୁମାରଙ୍କ କଥାମାନି ଷ୍ଟେସନ୍‌ରେ ପହଞ୍ଚି ଯାଇଥିଲେ। ସେଠାରେ ମାରିକୁମାର ଆରତି ସହିତ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଅଛି ସ୍ଥାନୀୟ ଏକ ଲଜ୍‌କୁ ନେଇ ଯାଇଥିଲା। ସେଠାରେ କିଛି ସମୟ ଆରତି ସହିତ କଥାବାର୍ତ୍ତା ହେବା ପରେ ମାରିକୁମାର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ।

କିଛିଦିନ ପରେ ମିରାକୁମାର ଆରତିଙ୍କୁ ବାରମ୍ବାର ଭେଟ କରିବାକୁ ଡାକିଥିଲେ। ଏହାପରେ ଦୁହେଁ ଅନେକ ଦିନ ଧରି ଫୋନ୍‌ରେ କଥାବାର୍ତ୍ତା ମଧ୍ୟ ହୋଇଥିଲେ। ମିରାକୁମାର ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇ ଆରତିକୁ ନେଇ ଫେରାର ହୋଇଯାଇଥିଲା। ମିରାକୁମାର ଯେତେବେଳେ ଜାଣିଲା ଆରତି ପୂର୍ବରୁ ବିବାହିତ ସେ ଆରତିଠାରୁ ନିଜକୁ ଦୂରେଇ ରଖିଥିଲେ। ଏହାପରେ ଆରତି ନିଜ ସ୍ୱାମୀଙ୍କ ପାଖକୁ ଫେରି ଆସିଥିଲେ। ହେଲେ ମିରାକୁମାରଙ୍କ ପରିବାରଲୋକେ ଆରତିଙ୍କୁ ବିଭିନ୍ନ ଧମକ୍‌ଚମକ ଦେବା ସହିତ ସେହିସ୍ଥାନ ଛାଡ଼ି ଯିବାକୁ ବାଧ୍ୟ କରିଥିଲେ। ଆରତି ମିରାକୁମାର ତାଙ୍କ ସହିତ ନାମରେ ଦୁଷ୍କର୍ମ କରିଥିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ନେଇ ଥାନାରେ ମାମଲା ରୁଜୁ କରିଥିଲେ।