ଆଖି ଡୋଳା ବାହାର କରିବା ଯୁବକଙ୍କ ଅଦ୍ଭୁତ ନିଶା : ସୋସିଆଲ ମିଡିଆରେ ଭାଇରାଲ

84

କିଛି ଲୋକଙ୍କର ଅଭ୍ୟାସ ଥାଏ କିଛି ନୂଆ କରି ଦେଖେଇବା । ଆଉ ଏହାକୁ ଦେଖି ଲୋକେ ବିସ୍ମୟ ଭାବନ୍ତି । ଏମିତି ଜଣେ ବାଳକ ବିସ୍ମୟ ପାଲଟିଯାଇଛନ୍ତି । ନିଜ ଆଖି କୋରଡରୁ ୧୦ମିଲିମିଟର ଯାଏ ଡୋଳା ବାହାର କରି ଏବେ ଚର୍ଚ୍ଚାରେ ।

ପାକିସ୍ତାନରେ ଏହି ୧୪ ବର୍ଷର ଅହମ୍ମଦ ଅଲ୍ଲୀ ନାମକ ବାଳକ ନିଜ ଆଖି ଡୋଳା ବାହାର କରିବାରେ ମାହିର୍ ପାଲଟିଯାଇଛି । ଗିନିଜ ବୁକରେ ନାଁ କରିବାକୁ ରଖିଛି ଇଚ୍ଛା । ଏବେ ପାକିସ୍ତାନ ସୋସିଆଲ ମିଡିଆରେ ଏହା ଖୁବ୍ ଭାଇରାଲ ସାଜିଛି । ପିଲା ଦିନରୁ ଜନ୍ମଗତ ଗୁଣ ଭାବେ ଏହା ଅହମ୍ମଦଙ୍କର ବୋଲି ସେ କୁହନ୍ତି । ଜଣେ ଚକ୍ଷୁ ବିଶେଷଜ୍ଞ ଅହମ୍ମଦଙ୍କୁ ଏ ଅଭ୍ୟାସରୁ ନିବୃତ ରହିବାକୁ ପରାମର୍ଶ ଦେଇଥିଲେ । ହେଲେ ଏହା ଅହମ୍ମଦଙ୍କ ଅଭ୍ୟାସଗତ ଦକ୍ଷତା ଥିବା ଜାଣିବା ପରେ ଗିନିଜ ବୁକରେ ସ୍ଥାନ ପାଇବାକୁ ପ୍ରୋତ୍ସାହିତ କରିଥିଲେ ।
ଏହା ସହ ଏହି ଭିଡିଓରୁ ଜାଣନ୍ତୁ ପୁରା ଘଟଣା –