ଗୁଜରାଟ ବିଧାନସଭା ନିର୍ବାଚନ : ଲକ୍ଷାଧିକ ଟଙ୍କାର ସୁନା ପିନ୍ଧି କରିଥିଲେ ପ୍ରଚାର, ଜାଣନ୍ତୁ କଣ ଆସିଲା ଫଳାଫଳ

56

କିଛି ସମୟ ମଧ୍ୟରେ ସାମ୍ନାକୁ ଆସିବ ଗୁଜରାଟ ନିର୍ବାଚନର ସଂପୂର୍ଣ୍ଣ ଫଳାଫଳ ! ଏହି ଟ୍ରେଣ୍ଡରେ ଆଗୁଆ ରହିଛି ବିଜେପି ଏବଂ ଭୋଟ ଗଣତିକୁ ଦେଖିଲେ କଂଗ୍ରେସ ମଧ୍ୟ କୌଣସି ଗୁଣାରୁ କମ୍ ହୋଇନି । କାରଣ, ଏହି ନିର୍ବାଚନ ଉଭୟ କଂଗ୍ରେସ ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ଉଭୟ ଦଳର ହେଭିୱେଟ ପ୍ରଚାର ମଙ୍ଗ ଧରିଥିବା ବେଳେ ଗୁଜରାଟ ବାସୀ କାହାକୁ ଗ୍ରହଣ କରୁଛି ତାହା କିଛି ସମୟ ମଧ୍ୟରେ ଜଣା ପଡିଯିବ ।

ତେବେ ଗୋଟିଏ ପଟେ ବିଜେପି ଫଳାଫଳ କଣ ହେବ ଆଉ କେଉଁ ଦଳ ସରକାର ଗଢିବ ସେ ନେଇ ଆଶା ଓ ଆକାଂକ୍ଷା ଭରି ରହିଥିବା ବେଳେ ନିର୍ବାଚନ ପ୍ରଚାର ସମୟରେ ନେତାଙ୍କ ରଙ୍ଗଢଙ୍ଗକୁ ନେଇ ଉଠିଥିଲା ପ୍ରଶ୍ନ ଆଉ ଏହି ସମସ୍ତ ନେତାଙ୍କ ମଧ୍ୟରେ ଜଣେ ନେତା ସଂପୂର୍ଣ୍ଣ ରୂପେ ବାରି ହୋଇପଡିଥିଲେ । ଯାହାଙ୍କର ପ୍ରଚାର ଶୈଳୀକୁ ଲୋକେ ପ୍ରଶଂସା କଣ କରିବେ ବରଂ ତରିସ୍କାର କରିବାକୁ ବି ପଛାଇ ନଥିଲେ ।

ଆମେ ଏଠାରେ ଯେଉଁ ରାଜନେତାଙ୍କ ସଂପର୍କରେ ଆଲୋଚନା କରୁଛୁ ସେ ହେଉଛନ୍ତି କୁଂଜଲ ପଟେଲ ଏବଂ ସେ ଅହମଦାବାଦ ଜିଲ୍ଲାର ଦରିୟାପୁର ଆସନରୁ ନିର୍ବାଚନ ମଇଦାନରେ ଓହ୍ଲାଇଥିଲେ । ତେବେ ଏହା ପରେ ବି କୁଂଜଲ ‘ଗୋଲ୍ଡ କ୍ୟାଡିଡେଟ୍’ ନାଁରେ ଚର୍ଚ୍ଚିତ । ଏହା ଏଥିପାଇଁ କାରଣ କୁଂଜଲ ଯେତେବେଳେ ବି ନିର୍ବାଚନ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଉଥିଲେ ସେତେବେଳେ ତାଙ୍କର ପୂରା ଶରୀର ସୁନା ଅଳଙ୍କାରରେ ଭରପୁର ରହୁଥିଲା । ତେବେ ଦରିଆପୁର-୫୧ ବିଧାନସଭା ସିଟରୁ ତାଙ୍କୁ ଶିବସେନାର ତରଫରୁ ଟିକେଟ୍ ମିଳିଥିଲା । ହେଲେ ଏଥରକ କିନ୍ତୁ ତାଙ୍କର ସୁନାବେଶ କାମ ଦେଲାନି । କାରଣ ତାଙ୍କୁ ଏଥରକ ପରାଜୟର ମୁହଁ ଦେଖିବାକୁ ପଡିଛି । କୁଂଜଲଙ୍କୁ ମାତ୍ର ୧୩୯୩ଟି ଭୋଟ ମିଳିଛି ।