ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଭବିଷ୍ୟତବାଣୀ ! ଜାଣନ୍ତୁ କେବେ ଏବଂ କିଏ କରିବ ଏହାର ଆରମ୍ଭ

50

ବିଶ୍ୱର ଜଣେ ମହାନ ଭବିଷ୍ୟକ ତଥା ଭବିଷ୍ୟତବାଣୀ କରିଥିବା ନୋସ୍ତ୍ରଦାମୁସ ତାଙ୍କ ଭବଷ୍ୟତ ଗ୍ରନ୍ଥରେ ଅନେକ ତଥ୍ୟ ଉପସ୍ଥାପନା କରିଛନ୍ତି । ତେବେ ତାଙ୍କର ୯୫୦ ଭବିଷ୍ୟବାଣୀ ମଧ୍ୟରୁ ଗୋଟିଏ ବାଣିଥିଲା ସଂପୂର୍ଣ୍ଣ ବିଶ୍ୱର ଧ୍ୱଂସ ସଂପର୍କରେ । ଯାହା ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ।

• ସେ ଉଲ୍ଲେଖ କରିଛନ୍ତି କି, ଧର୍ମ ଲୋକଙ୍କୁ ବାଂଟିବ, କଳା ତଥା ଧଳା ଭେଦଭାବ ନେଇ ପରସ୍ପର ମଧ୍ୟରେ ଦେଖାଦେବ ମତଭେଦ । ରକ୍ତପାତ, ଅଜଣା ରୋଗ, ଦୁର୍ଭୀକ୍ଷ, ମରୁଡି ଏବଂ ଯୁଦ୍ଧରେ ମାନବ ସମାଜ ନଷ୍ଟ ହୋଇଯିବ ।

• ଏହି ସମୟରେ ସଂପୂର୍ଣ୍ଣ ମାନବ ସମାଜ ହିଂସାର ଚରମ ସୀମାରେ ଗତି କରିବ । ଯଦି ତାଙ୍କ କଥାକୁ ଗ୍ରହଣ କରାଯାଏ ତେବେ, ଏହା କାରଣରୁ ବିଶ୍ୱକୁ ତୃତୀୟ ବିଶ୍ୱ ଯୁଦ୍ଧର ସାମ୍ନା କରିବାକୁ ପଡିବ । ତେବେ ଯାହା ପାଇଁ ଏହି ପରିସ୍ଥିତି ଉପୁଜିବ ସେ ଇଶ୍ୱର ବିରୋଧୀ ନିଶ୍ଚୟ ହୋଇଥିବ । ଏହା ପୂର୍ବରୁ ହିଟଲର ଏବଂ ନେପୋଲିଅନଙ୍କୁ ଇଶ୍ୱର ବିରୋଧୀ ବୋଲି ମଧ୍ୟ ସେ ତାଙ୍କ ଭବିଷ୍ୟବାଣୀରେ ଉଲ୍ଲେଖ କରି ସାରିଛନ୍ତି ।

• ତୃତୀୟ ବିଶ୍ୱ ଯୁଦ୍ଧର ପ୍ରାରମ୍ଭ ୨୦୧୨ରୁ ୨୦୨୫ ମଧ୍ୟରେ ହୋଇପାରେ । ସେ କହିଥିଲେ, ଏକ ଦେଶରେ ଜନକ୍ରାନ୍ତି ବଳରେ ଏକ ନୂଆ ନେତା ଶାସନ ଭାର ଗ୍ରହଣ କରିବ ଯାହା ମିଶରରେ ହୋଇ ସାରିଛି । ନୂଆ ପୋକ୍ ଅନ୍ୟ ଦେଶ ଅଳକୃତ କରିବ । ଚୀନ ଚର୍ଚ୍ଚ ବିରୋଧରେ ଯୁଦ୍ଧ ଘୋଷଣା କରିବ । ଯାହା ଚୀନ ଆମେରିକା ବିରୋଧରେ ଜାରି କରିଛି ।

• କୌଣସି ନୂଆ ଧର୍ମ ଚର୍ଚ୍ଚ ବିରୋଧରେ ହିଂସାକାଣ୍ଡ ଘଟାଇ ଇଟାଲୀ ଓ ଫ୍ରାନ୍ସରେ ଯାଇ ପହଂଚିବ ଯାହା ତୃତୀୟ ବିଶ୍ୱ ଯୁଦ୍ଧର ସୂତ୍ରପାତ ହେବ । ତେବେ ଏହି ସମୟରେ ଆକାଶ ମାର୍ଗରୁ ଏକ ବଡ ଧରଣର ନିଆଁ ପେଣ୍ଡୁଳା ମହାସାଗରରେ ଖସିବ ଯାହା ଅନେକ ପ୍ରାଚୀନ ସହରକୁ ନଷ୍ଟ କରିଦେବ । ଆଉ ଏହିଭଳି ଭାବରେ ବିଶ୍ୱର ଅନ୍ତ ଘଟିବ ।