ଦିଲ୍ଲୀର ଏକ ନାମକରା ହୋଟେଲରେ ଗୋଡରେ ଦଳା ଯାଏ ଅଟା ! ଭିଡିଓ ଭାଇରାଲ ହେବା ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ

54

ସୋସିଆଲ ମିଡିଆରେ କିଛି ଦିନ ହେଲା ଏକ ଭିଡିଓ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ଏକ ହୋଟେଲର କର୍ମଚାରୀ ଅଟାକୁ ତାର ଗୋଡ ସାହାର୍ଯ୍ୟରେ ଦଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓଟି ଦିଲ୍ଲୀରେ ଥିବା ଏକ ନାମକରା ହୋଟେଲ ତଥା କାକେ ଦା ନାମକ ହୋଟେଲର ବୋଲି ଶୁଣିବାକୁ ମିଳିଛି । ଯଦିଓ ବର୍ତ୍ତମାନ ଏହି ଭିଡିଓର ସତ୍ୟାସତ୍ୟ ମିଳିପାରି ନାହିଁ ମାତ୍ର ଏହା ପଦାକୁ ଆସିବା ପରେ ଲୋକମାନଙ୍କ ମଧ୍ୟରେ ଦେଖା ଦେଇଛି ଗଭୀର ଅସନ୍ତୋଷ ।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ହୋଟେଲ ବିରୋଧରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ବିଭାଗ ନିକଟରେ ଅଭିଯୋଗ ଦାଖଲ କରାଯାଇଥିଲା । ମାମଲାର ଗଭୀରତାକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସେମାନେ ହୋଟେଲରେ ଛାନଭିନ୍ କରିବା ସହ ଖାଦ୍ୟସାମଗ୍ରୀର କିଛି ନମୁନା ମଧ୍ୟ ସଂଗ୍ରହ କରିଛନ୍ତି । ଆଉ ସେଗୁଡିକର ଯାଂଚ ପାଇଁ ଲାବକୁ ପଠାଇଛନ୍ତି ।

ଲାବ ଟେଷ୍ଟର ରିପୋର୍ଟ ଆସିବା ପରେ ଯାଇ କୌଣସି ଉଚିତ ପଦକ୍ଷେପ ନିଆଯିବ ବୋଲି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟ ପଟେ ଏଭଳି ଅଭିଯୋଗକୁ ହୋଟେଲର ମାଲିକ ଖଣ୍ଡନ କରିବା ସହ ତାଙ୍କୁ କେହି ବଦନାମ କରିବାକୁ ଏପରି କରିଥିବା ସଫେଇ ଦେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-