ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ! ଦ୍ୱିତୀୟ ପତ୍ନୀଙ୍କଠାରୁ ଜନ୍ମ ହୋଇଥିବା ସନ୍ତାନଙ୍କୁ ବି ମିଳିବ ବରାବର ଅଧିକାର

2,273

ସୁୁପ୍ରିମ କୋର୍ଟ ନିଜର ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ଦ୍ୱିତୀୟ ବିବାହ ପରେ ଜନ୍ମ ନେଇଥିବା ଶିଶୁକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛି କି , ଦ୍ୱିତୀୟ ବିବାହ ପରେ ଜନ୍ମ ହୋଇଥିବା ଶିଶୁ ବୈଧ (Legal)ଅଟନ୍ତି । ସୁପ୍ରିମକୋର୍ଟର ଦସ୍ୱବ ଜଣିଆ ଖଣ୍ଡପୀଠରେ ତଥା ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍ ଏମ ଆର ଶାହଙ୍କ ଖଣ୍ଡପୀଠରେ ଏହି ନିଷ୍ପତି ଉପରେ ଶୁଣାଣୀ କରି କହିଛନ୍ତି କି, ଦ୍ୱିତୀୟ ବିବାହ ଦ୍ୱାରା ଜନ୍ମହୋଇଥିବା ଶିଶୁ ବୈଧ ତଥା ଲିଗାଲ ଅଟନ୍ତି ଏବଂ କୌଣସି ବି ସର୍ତ୍ତ ସଂବିଧାନର ଏହି ସମାନତା ଅଧିକାରର ଉଲ୍ଲଘଂନ କରିପାରିବେ ନାହିଁ ।

ଏଠାରେ ଆମେ କହିବାକୁ ଚାହିଁବୁ କି, ପ୍ରଥମ ପତ୍ନୀ ଥାଉ ଥାଉ ଦ୍ୱିତୀୟ ବିବାହ କରିବା ହିନ୍ଦୁ ଆକ୍ଟରେ ଅବୈଧ ବୋଲି କୁହାଯାଇଛି । ତେବେ ଏକ ମାମଲାକୁ ନେଇ କେନ୍ଦ୍ର ସରକାର ପକ୍ଷରୁ ବମ୍ବେ ହାଇକୋର୍ଟର ଏହି ନିଷ୍ପତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଜ କରାଯାଇଥଇଲା । ମୁକେଶ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗକୁ ଭିତ୍ତି କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ ମୁକେଶଙ୍କ ବାପା ରେଲୱେରେ ଚାକିରି କରୁଥିଲେ ଏବଂ ଏହି ସମୟରେ ସେ ଦ୍ୱିତୀୟ ବିବାହ କରିଥିଲେ । ଆଉ ମୁକେଶ ହେଉଛନ୍ତି ଦ୍ୱିତୀୟ ପତ୍ନୀଙ୍କର ସନ୍ତାନ । କୌଣସି କାରଣରୁ ମୁକେଶଙ୍କ ବାପାଙ୍କର ମୃତ୍ୟୁ ହୋଇଯାଇଥିଲା । ଯେଉଁ କାରଣରୁ ମୁକେଶ ଅନୁକମ୍ପା ମୂଳକ ଚାକିରି ପାଇଁ ରେଳ ମନ୍ତ୍ରାଳୟରେ ଆବେଦନ କରିଥିଲେ , ମାତ୍ର ରେଲୱେ ତାଙ୍କର ଆବେଦନକୁ ଖାରଜ କରିଦେଇଥିଲା ।

କିନ୍ତୁ ସେଂଟ୍ରାଲ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ମୁକେଶଙ୍କ ସପକ୍ଷରେ ନିଷ୍ପତି ନେଇଥିଲା । ଯେଉଁଥି ପାଇଁ ଏହି ମାମଲାଟି ହାଇକୋର୍ଟରେ ପହଂଚିଥିଲା । ହାଇକୋର୍ଟ ହିନ୍ଦୁ ମ୍ୟାରେଜ ଆକ୍ଟର ଧାରା ୧୬କୁ ଆଧାର କରି ନିଷ୍ପତି ଶୁଣାଇଥିଲେ କି, ପ୍ରଥମ ପତ୍ନୀ ବଂଚି ଥାଉ ଥାଉ ଦ୍ୱିତୀୟ ବିବାହକୁ ଅମାନ୍ୟ ବୋଲି ଗ୍ରହଣ କରାଯାଏ , କିନ୍ତୁ ଏହାଦ୍ୱାରା ଜନ୍ମ ହୋଇଥିଲା ସନ୍ତାନ ବୈଧ ଅଟନ୍ତି । ତେଣୁ ଏହି ଦୃଷ୍ଟିକୋଣରୁ ରେଲୱେ ଅନୁକମ୍ପା ଆଧାରରେ ଚାକିରି ଦେବା ଉପରେ ବିଚାର ବିମର୍ଷ କରନ୍ତୁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯାହାପରେ ଏହି ମାମଲାଟି ସୁପ୍ରିମକୋର୍ଟରେ ପହଂଚିଥିଲା ।

ତେବେ ସୁପ୍ରିମକୋର୍ଟ ନିଜ ନିର୍ଦ୍ଦେଶରେ ବମ୍ବେ ହାଇକୋର୍ଟ ଦେଇଥିବା ନିଷ୍ପତିକୁ କାଏମ ରଖିବା ସହ ହିନ୍ଦୁ ମ୍ୟାରେଜ ଆକ୍ଟର ଧାରା ୧୬(୧) ଅନୁସାରେ କହିଛନ୍ତି କି, ଏଭଳି ସନ୍ତାନଙ୍କ ପାଇଁ ଆଇନ ରହିଛି । ଧାରା ୧୧ ଅନୁସାରେ ଦ୍ୱିତୀୟ ବିବାହ କରିବା ଅବୈଧ ଅଟେ କିନ୍ତୁ ଏଭଳି ବିବାହରେ ଜନ୍ମ ହୋଇଥିବା ସନ୍ତାନ ବୈଧ ଅଟନ୍ତି । ସମ୍ବିଧାନର ସମାନତା ଅଧିକାର ଅନୁସାରେ କୌଣସି ବି ବ୍ୟକ୍ତିଙ୍କୁ ଏଥିରୁ ବଂଚିତ କରାଯାଇପାରିବ ନାହିଁ । କୋର୍ଟ ଆହୁରୀ ମଧ୍ୟ କହିଛି କି, ଯଦି ଆଇନ ଏଭଳି ସନ୍ତାନକୁ ବୈଧ ବୋଲି ଗ୍ରହଣ କରିପାରୁଛି ତେବେ ଏଭଳି ସନ୍ତାନଙ୍କୁ ଅନୁକମ୍ପା ଆଧାରରେ ଚାକିରି ଦେବାକୁ କେହି ମନା କରିପାରିବେ ନାହିଁ ।