କ୍ୟାନସର କବଳରେ ଏହି ଗାଁ, ମହାମାରୀ ଭଳି ବ୍ୟାପୁଛି କ୍ୟାନସର ରୋଗ

124

କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାର ଜନତାଙ୍କ ପାଇଁ ସ୍ୱାସ୍ଥ୍ୟ ଯୋଜନା ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି । କିନ୍ତୁ ୟୁପିର ବିଜନୌରର ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଜନତାଙ୍କ ସ୍ୱାସ୍ଥ୍ୟକୁ ନେଇ ଗମ୍ଭୀର ଜଣାପଡୁନି । ସ୍ୱାସ୍ଥ୍ୟ ବିଭାଗର ଅଣଦେଖା ପାଇଁ ଜନପଦର ଏକ ଗାଁ କ୍ୟାନସର ଗାଁ ନାମରେ ପରିଚିତ ହେଲାଣି । ଏହି ଗାଁରେ ଏପର୍ଯ୍ୟନ୍ତ ୧୨ରୁ ଅଧିକ ଲୋକ କ୍ୟାନସର କବଳରେ ପ୍ରାଣ ହରାଇସାରିଛନ୍ତି । ଆଉ କେତେକ କ୍ୟାନସର ପାଇଁ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତିି ।

ବିଜନୌର ଜିଳ୍ଲାର ଥାନା ମଣ୍ଡାବର କ୍ଷେତ୍ରର ରାୟପୁର ବେରିସାଲ ଗାଁ ଗତ କିଛି ବର୍ଷ ହେବ କ୍ୟାନସର କବଳରେ ଅଛି । ଏହି ଗାଁର ଲୋକେ କ୍ୟାନସର କାରଣରୁ ମୃତ୍ୟୁ ମୁଖକୁ ଯାଉଛନ୍ତି, ଯଦ୍ୱାରା ଗତ ୪-୫ବର୍ଷରେ ୨୫ରୁ୩୦ ଜଣଙ୍କ ମୃତ୍ୟୁ ହେଲାଣି ଏବଂ ଏବେବି ଗାଁ ଲୋକେ କ୍ୟାନସର କବଳରେ ଅଛନ୍ତି । ଗାଁ ଲୋକେ କ୍ୟାନସର ବ୍ୟାପିବାର ସୂଚନା ଜିଲ୍ଲ । ଅଧିକାରୀ ବିଜନୌର ଓ ସିଏମଓଙ୍କୁ ଦେଇସାରିଛନ୍ତି , କିନ୍ତୁ କେହି ମଧ୍ୟ ଏହି ମାମଲାକୁ ଗମ୍ଭୀର ଭାବେ ନେଉ ନାହାଁନ୍ତି ।  ଏହି ଗାଁରେ କ୍ୟାନସର ମହାମାରୀ ଭଳି ବ୍ୟାପୁଛି । ୧୨ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ଗତ ୫ବର୍ଷରେ ୩୦ରୁ ଅଧିକ ମୃତ୍ୟୁ ହୋଇସାରିଛି ।