ପତଞ୍ଜଳି ବିକ୍ରି କରୁଛି ଚିକେନ୍‌ ମସଲା ! ଜାଣନ୍ତୁ ଏହି ଫଟୋ ପଛର ପ୍ରକୃତ କାରଣ କ’ଣ

62

ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ସାମଗ୍ରୀର ଖୁବ୍ ଚାହିଦା ରହିଛି । ପତଞ୍ଜଳି ବିଭନ୍ନ ଶ୍ରେଣୀର ସାମଗ୍ରୀ ଯେମିତିକି ନୁଡଲ, ସାବୁନ, ଡାଲି, ମସଲା, ଅଟା, ଚାଉଳ, ଫେସଓ୍ଵାସ, ଡିଟଜେଣ୍ଟ ଠାରୁ ଆରମ୍ଭକରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କମ୍ପାନି ଗ୍ରାହକ ପାଇଁ ଉପଲବ୍ଧ କରାଇଛି । ତେବେ ନିକଟରେ ସୋସିଆଲ ମିଡିଆରେ ବାବା ରାମଦେବ ପତଞ୍ଜଳି କମ୍ପାନି ଚିକେନ୍ ମସଲା ବିକ୍ରି କରୁଛନ୍ତି ବୋଲି ଏକ ଫଟୋ ଭାଇରାଲ ହୋଇଛି । ଏହି ଫଟୋ ପଛର ପ୍ରକୃତ କାରଣ କ’ଣ ଆସନ୍ତୁ ଜାଣିବ ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆରରେ ପତଞ୍ଜଳିର ଚିକେନ ମସଲା ବିକ୍ରି ହେଉଛି ବୋଲି ଯେଉଁ ଫଟୋ ଭାଇରାଲ ହୋଇଛି ତାହା ବାବା ରାମଦେବଙ୍କ କମ୍ପାନିର ନୁହେଁ ବୋଲି କହିଛନ୍ତି ପତଞ୍ଜଳି କମ୍ପାନି ପ୍ରବକ୍ତା । ଏହି ଚିକେନ୍ ମସଲା ‘ପତଞ୍ଜଳି ଫୁଡସ’ ନାମର ଏକ କମ୍ପାନି ୱେବସାଇଟରେ ବିକ୍ରି କରାଯାଉଛି ।

‘ପତଞ୍ଜଳି ଫୁଡସ.କମ୍’ ନାମରେ ଏହି ସାଇଟ କନାଡାର ବୋଲି ଜଣାପଡ଼ିଛି । ଏଥିରେ ଚିକେନ୍ ମସଲା ୧.୯୯ଡଲାର ଅର୍ଥାତ୍ ୧୨୯ ଟଙ୍କାରେ ବିକ୍ରି କରାଯାଉଛି । ଏଥିରେ ସବୁଜ ରଙ୍ଗର ସାକାହାରି ସାଇନ୍ ବି ରହିଛି । ଏହି କମ୍ପାନିର ଲଗୋ ପତଞ୍ଜଳି ସହିତ କିଛି ମାତ୍ରାରେ ଖାପ ଖାଉଛି। ପତଞ୍ଜଳି ଫୁଡସ.କମ କମ୍ପାନିର ସାମଗ୍ରୀ ଆମେରିକା ଓ କନ୍ନାଡାରେ ବିତରଣ କରାଯାଉଛି । ଏହି କମ୍ପାନିର ପଞ୍ଜୀକରଣ ୨୦୧୫ ଜୁଲାଇ ୧୮ରେ ହୋଇଥିଲା । ଏହାର ମାଲିକ ହେଉଛନ୍ତି ଜଗଜିତ ଧମି, ଯିଏକି କଲୋମ୍ବିଆରେ ବସବାସ କରନ୍ତି ।