ରାସ୍ତାରେ ଗାଡି ଚଲାଇବାକୁ ହେଲେ ଚାଳକଙ୍କୁ ଟ୍ରାଫିକ୍ ଜନିତ ନିୟମକାନୁନ ସଂପର୍କରେ ଜ୍ଞାନ ରହିବା ନିହାତି ଆବଶ୍ୟକ । ଯାହାଦ୍ୱାରା ସେମାନଙ୍କୁ କୌଣସି ଅପ୍ରତିକର ପରିସ୍ଥିତିର ଯେଭଳି ସାମ୍ନା କରିବାକୁ ନପଡେ । ହେଲେ ଏଠାରେ ଆମେ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହିଁବୁ କି କେବଳ ଲୋକଙ୍କର ସୁରକ୍ଷା ପାଇଁ ହିଁ ଏହି ନିୟମ ପ୍ରସ୍ତୁତ କରାଯାଇଛି । କାରଣ ଗାଡି ମୋଟର ସାଙ୍ଗକୁ ଦିନ ପ୍ରତିଦିନ ଦୁର୍ଘଟଣା ବଢିଚାଲିଛି । ପ୍ରତିଦିନ କେଉଁଠି ନା କେଉଁଠି କାହାର ଅକଳାରେ ମୃତ୍ୟୁ ଘଟୁଛି । ଆଉ ଏହାର ପରିଣାମ ଭୋଗିବାକୁ ପଡୁଛୁ ପୂରା ପରିବାର ଲୋକଙ୍କୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ସଡକ ଦୁର୍ଘଟଣାରେ କାହାର ସ୍ୱାମୀ ଚାଲିଗଲାଣି ତ କାହାର ରୋଜଗାରିଆ ପୁଅ । ହେଲେ ଏସବୁରେ ନିଶ୍ଚୟ କାହାର ନା କାହାର ଭୁଲ ରହିଛି । ତେବେ ସେ ଗାଡି ଚାଳକର ହେଉ କିମ୍ବା ପଥଚାରୀର । ତେଣୁ ଦେଶରେ ବଢୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ କିଛି ନିୟମ ପ୍ରଣୟନ କରାଯାଇଛି । ଯାହାକୁ ମାନିବାକୁ ପ୍ରତ୍ୟେକ ଗାଡି ଚାଳକ ବାଧ୍ୟ । ଯଦି କେହି ଏହାକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଥାଏ । କିନ୍ତୁ ଏହା ଆଦୌ ସମୀଚିନ ନୁହେଁ ।
ତେବେ ସେ ଯାହା ହେଉନା କାହିଁକି ଏଣିକି ଟ୍ରାଫିକ୍ ନିୟମ ଆହୁରୀ କଡାକଡି କରିଦିଆଯାଇଛି । ଯାହା ଚାଳକଙ୍କୁ ମହଙ୍ଗା ପଡିପାରେ । ଗାଡି ଚାଳକଙ୍କ ପାଇଁ ୫ଟି ନୂଆ ନିୟମ ଲାଗୁ କରାଯାଇଛି । ଯାହା ସଂପର୍କରେ ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ ।
• ଯଦି ଟ୍ରାଫିକ୍ ପୁଲିସ ସାମ୍ନାରେ କୌଣସି ଗାଡି ଚାଳକ ଫୋନରେ କଥା ହେବାର ନଜର ଆସନ୍ତି କିମ୍ବା ଗାଡି ଚଳାଇବା ସମୟରେ ଫୋନ ବ୍ୟବହାର କରୁଥିବାର ନଜର ଆସନ୍ତି ତେବେ ପୁଲିସ ଆଉ ୫୦୦ଟଙ୍କା ନେବ ନାହିଁ ବରଂ ନୂଆ ନିୟମ ମୁତାବକ ଚାଳକଙ୍କ ଉପରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଇପାରେ । ତେଣୁ ଭଲ ହେବ କି ଆପଣ ଏବେଠାରୁ ସତର୍କ ହୋଇଯାଆନ୍ତୁ ଆଉ ଗାଡି ଚଳାଇବା ସମୟରେ ଫୋନ ବ୍ୟବହାର ଆଦୌ କରନ୍ତୁ ନାହିଁ ।
• ସେହିପରି କାର କିମ୍ବା ବାଇକରେ ନମ୍ବର ପ୍ଲେଟ ଲଗାଇବା ସମୟରେ ନମ୍ବରର ଆକାର ଅତି କମରେ ଅଢେଇ ଇଂଚ୍ ହେବା ବାଧ୍ୟତାମୂଳକ ।
• ଉଭୟ କାର ଏବଂ ବାଇକରେ ଲଗାଯାଇଥିବା ନମ୍ବର ପ୍ଲେଟର ନମ୍ବର ପଢିବା ଯୋଗ୍ୟ ହୋଇଥିବା ଦରକାର ।
• ଯଦି ଗାଡି ଚାଳକଙ୍କର ପୁରୁଣା ଗାଡି ଚୋରି ହୋଇଯାଏ ତେବେ ସେ ସୁପ୍ରିମକୋର୍ଟ ପକ୍ଷରୁ ଜାରି ହୋଇଥିବା ନୂଆ ସର୍କୁଲାର ଜାରି ଅନୁସାରେ ଏବେ ପୁରୁଣା ଗାଡିର ନମ୍ବର ନୂଆ ଗାଡିରେ ଲଗାଇପାରିବେ ।
• ସେହିପରି ନମ୍ବର ପ୍ଲେଟ ଉପରେ କୌଣସି ପ୍ରକାରର ସାଂକେତିକ ଚିହ୍ନ କିମ୍ବା ବିଭାଗର ଚିହ୍ନ ରହିବ ନାହିଁ ।
ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ସୁପ୍ରିମକୋର୍ଟ ଦ୍ୱାରା ଏବଂ ମୋଦି ସରକାରଙ୍କ ନିର୍ଦ୍ଦେଶାନୁସାରେ, ପରିବହନ ବିଭାଗ ପକ୍ଷରୁ ଏହି ୫ଟି ନିୟମ ଲାଗୁ କରାଯାଇଛି । ଯଦି ଏହି ୫ଟି ନିୟମର ଉଲ୍ଲଘଂନ କରିବା ସମୟରେ ଧରା ପଡନ୍ତି ତେବେ ଉକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ୫ରୁ ୧୦ ହଜାର ଟଙ୍କା ଜରିମାନା ବାବଦକୁ ଲାଗୁ ହୋଇପାରେ ।