ଦୁଃଖିତ ସୋନା ! ପ୍ରଥମେ କଙ୍ଗନାଙ୍କୁ ଗାଳି କରିବା ପରେ ଏବେ ଟୁଇଟ୍ କରି କହିଲେ ମନର କଥା

64

ଛୋଟ ପରଦାରୁ ଆରମ୍ଭ ବଡ ପରଦା । ଦର୍ଶକଙ୍କଠାରୁ ଆରମ୍ଭ କରି ମିଡିଆ ପର୍ଯ୍ୟନ୍ତ । ସବୁ ସ୍ଥାନରେ ବଲିଉଡ୍ କୁଇନ୍ କଙ୍ଗନା ଏବଂ ହ୍ରିତିକଙ୍କ ଚର୍ଚ୍ଚା । ତେବେ ଚର୍ଚ୍ଚାର ବିଷୟବସ୍ତୁ ତାଙ୍କ ଲଭ୍ ଷ୍ଟୋରୀ ନୁହେଁ ହେଟ୍ ଷ୍ଟୋରୀ । ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ହ୍ରିତିକଙ୍କ ସହ ନିଜ ସଂପର୍କକୁ ନେଇ ବଡ ଖୁଲାସା କରିଥିଲେ କଙ୍ଗନା । ଯାହାକୁ ନେଇ ବିଟାଉନରେ ଆରମ୍ଭ ହୋଇଥିଲା ହଲଚଲ୍ ।

କେହି କଙ୍ଗନାଙ୍କୁ ସମର୍ଥନ କରିଥିବା ବେଳେ କେହି କରିଥିଲେ ଘୋର୍ ବିରୋଧ । ଆଉ ଏହି ବିରୋଧୀ ମାନଙ୍କ ମଧ୍ୟରେ ଜଣେ ଥିଲେ ଲୋକପ୍ରିୟ ଗାୟିକା ସୋନା ମହାପାତ୍ର । ସୋସିଆଲ୍ ମିଡିଆରେ ଏକ ଖୋଲା ପତ୍ର ଲେଖି କଙ୍ଗନାଙ୍କୁ ‘ସର୍କସ୍’ କରୁଥିବା କହିଥିଲେ । ଏହା ପରେ ସୋନାଙ୍କୁ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଜବରଦସ୍ତ ଜବାବ୍ ଦେଇଥିଲେ ।

Capture1ଏବେ ପୁଣି ଥରେ କଙ୍ଗନା ବିଷୟରେ ଟୁଇଟ୍ କରି ଚର୍ଚ୍ଚାକୁ ଆସିଛନ୍ତି ସୋନା । ହେଲେ କଙ୍ଗନାଙ୍କ ବିରୋଧରେ ନୁହେଁ ବରଂ ପୁରୁଣା ଟୁଇଟକୁ ନେଇ ଅଫସୋସ୍ ଜାହିର୍ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି , ‘ମତେ କଙ୍ଗନାଙ୍କ ବିରୋଧରେ ଏପରି ଶବ୍ଦ ବ୍ୟବହାର କରିବାର ନଥିଲା । ମୁ ଶବ୍ଦର ବ୍ୟବହାର ଖୁବ୍ ଦାୟିତ୍ୱହୀନ ଭାବରେ କରିଛି । ମତେ ଲାଗୁଛି କି ମୋ ଦ୍ୱାରା କିଛି ଭୁଲ୍ ହୋଇଯାଇଛି । ମୁଁ ଏପରି କରିବାର ନଥିଲା’ ।