ବାୟୋପିକ ନିର୍ମାଣକୁ ନେଇ ଚର୍ଚ୍ଚାରେ ସଂଜୟ ଦତ ଓ ଧକ୍ ଧକ୍ ଗାର୍ଲଙ୍କ ପ୍ରେମ କାହାଣୀ !

41

ଦିନଥିଲା ସଂଜୟ ଦତ ଏବଂ ମାଧୁରୀ ଦୀକ୍ଷିତଙ୍କ ପ୍ରେମ ବଲିଉଡର ଚର୍ଚ୍ଚାର ବିଷୟ ପାଲଟିଥିଲା । ଦୁଇଜଣଙ୍କୁ ସିଲଭର ସ୍କ୍ରିନରେ ଅନେକ ଗୁଡାଏ ସିନେମାରେ ଏକାଠି ଦେଖିବାକୁ ମିଳିଥିଲା । କିନ୍ତୁ ଉଭୟଙ୍କ ପ୍ରେମ ମଜବୁତ୍ ହୋଇଥିଲା “ସାଜନ’ ସିନେମା ଜରିଆରେ । ମୁମ୍ବାଇ ବିସ୍ପୋରଣରେ ସଂଜୟ ଦତଙ୍କ ନାଁ ଉଠିଲା ପରେ ମାଧୁରୀ ତାଙ୍କ ଠାରୁ ଅଲଗା ହୋଇଯାଇଥିଲେ ଆଉ କେବେ ମଧ୍ୟ ତାଙ୍କ ଆଡକୁ ଚାହିଁ ନଥିଲେ । ଏବେ ଏମିତି କିଛି ଘଟଣାକୁ ନେଇ ଏତେ ବର୍ଷର ପ୍ରେମ କାହାଣୀ ଏବେ ଆଉଥରେ ଚର୍ଚ୍ଚାର ପରିସରକୁ ଆସିଛି ।

ରାଜକୁମାର ହିରାନୀ ଏବେ ସଂଜୟ ଦତଙ୍କ ଉପରେ ଏକ ବାୟୋପିକ ନିର୍ମାଣ କରୁଛନ୍ତି । ଏହି ସିନେମାଟି ସଂମ୍ପୂର୍ଣ୍ଣ ଭାବରେ ସଂଜୟଙ୍କ ଜୀବନ କାହାଣୀ ଉପରେ ପର୍ଯ୍ୟବେସିତ ହୋଇଥିବାରୁ, ସିନେମାରେ ସଂଜୟଙ୍କ ପ୍ରେମ କଥା ମଧ୍ୟ ଉଠିବ ।

ଏହିକଥା ଶୁଣିଲା ପରେ ମାଧୁରୀ ବ୍ୟସ୍ତ ବିବ୍ରତ ହୋଇ ରାଜ କୁମାର ହିରାନୀଙ୍କୁ ଟେଲିଫୋନ କରି ସଂଜୟଙ୍କ ବାୟୋପିକରେ ତାଙ୍କର ଓ ସଂଜୟଙ୍କ ପ୍ରେମ କଥା ଯେମିତି ନ’ରୁହେ ତାପାଇଁ ଅନୁରୋଧ କରିଛନ୍ତି ।
ସିନେମାର ନିର୍ଦ୍ଦେଶକ ମଧ୍ୟ ମାଧୁରୀଙ୍କ ଅନୁରୋଧ ରକ୍ଷାକରି ତାଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ସିନେମାରେ ସଂଜୟ ଓ ମାଧୁରୀଙ୍କ ଭଲପାଇବାର ସମ୍ପର୍କକୁ ନେଇ କିଛି ମଧ୍ୟ ଦେଖାଯିବ ନାହିଁ ।

ଦର୍ଶକ ଏହି ସିନେମାରେ ସଂଜୟଙ୍କ ଜୀବନର ପ୍ରତ୍ୟେକ ଦିଗକୁ ଦେଖିପାରିବେ, କିନ୍ତୁ ମାଧୁରୀଙ୍କ ସହିତ ତାଙ୍କ ସମ୍ପର୍କ ବିଷୟରେ କିଛି ତଥ୍ୟ ରହିବ ନାହିଁ ।

ଏହି ସିନେମାରେ ସଂଜୟଙ୍କ ଭୂମିକାରେ ନଜର ଆସିବେ ରଣବୀର କପୁର । ରଣବୀର ଏହି ଚରିତ୍ରକୁ କିପରି ଠିକ୍ ଭାବରେ ସିନେମାରେ ଫୁଟାଇ ପାରିବେ ସେନେଇ ସଂଜୟଙ୍କ ହାବଭାବକୁ ସେ ଠିକରେ ବୁଝିବାକୁ ଯଥାସମ୍ଭବ ଚେଷ୍ଟା ଚଳାଇଛନ୍ତି ।