ଭାରତର ବିଷକନ୍ୟା : ବିଷାକ୍ତ ସାପକୁ ସାଥୀ କରିଛି କୁନି ଝିଅ କାଜୋଲ

33

ସାପକୁ ସମସ୍ତଙ୍କ ଡର । କଥାରେ ଅଛି ବିଷଧର ସାପକୁ କ୍ଷୀର ପିଆଇଲେ ମଧ୍ୟ ସେ ଦିନେ ନା ଦିନେ ଚୋଟ ମାରିବ । ସେଥିପାଇଁ ଘର ଆଖପାଖରେ ସାପ ନଜର ଆସିଲେ ସମସ୍ତେ ମାରିଦିଅନ୍ତି । କିନ୍ତୁ ବିଷଧର ସାପ ସହ ଖେଳିବା କଥା କେବେ ଶୁଣିଛନ୍ତି । ସାପକୁ ନ଼ଡରି ସାପତାକୁ ସହ ଖେଳିବା କଥା କହିଲେ ଯେକେହି ଆଶ୍ଚର୍ଯ୍ୟ ହେବ । ଆପଣ ଭାବୁଥିବେ ଏପରି ଘଟଣା କ’ଣ ସତ । ବୁନ୍ଦେଲଖଣ୍ଡର ହମିରପୁରରୁ କିଛି କିଲୋମିଟର ଦୂରରେ ଘାତମପୁର ଗାଁରେ ଏପରି ଜଣେ ବାଳିକା ଅଛି ଯିଏ ବିଷକନ୍ୟା ରୂପେ ପରିଚିତ । ନାଁ ତାର କାଜୋଲ ।

ବିଷକନ୍ୟା ନାଁ ଶୁଣିଲେ ମନରେ ବଲିଉଡ଼ ସିନେମା କିମ୍ବା ସିରିଏଲ କଥା ମନେ ପଡ଼ିଯାଏ । ସିନେମାରେ ଆପଣ ଦେଖିଥିବେ ବିଷକନ୍ୟାମନେ ଲୋକଙ୍କୁ ମାରିଦିଅନ୍ତି । ବିଷକଡ଼୍ୟାମନେ ମଣିଷର ରୂପ ନେଇ ପୂର୍ବଜନ୍ମର ପ୍ରତିଶୋଧ ନିଅନ୍ତି । କିନ୍ତୁ ଏହି ବାଳିକାର କାହାଣୀ ସମ୍ପୁର୍ଣ୍ଣ ଭିନ୍ନ । ବିଷାକ୍ତ ସାପ ଗୁଡ଼ିକ ସହ ନଡ଼ରି ସୋନମାଙ୍କୁ ନିଜର ସାଥୀ କରିଥିବାର ତାକୁ ବିଷକନ୍ୟା କୁହାଯାଏ । କେବଳ ସେତିକ ନୁହେଁ ସାପ ସହ କାଜୋଲ ବିଷାକ୍ତ ସାପ ସହ ଖାଦ୍ୟ ମଧ୍ୟ ଖାଉଛି । ସାପ ସହ ହିଁ ତାକୁ ନିଦ ଆସେ । ଏହାସହ ସେ ସାପଙ୍କ ପାଇଁ ମଧ୍ୟ ସେ ସ୍କୁଲ ଯିବା ଛାଡ଼ି ଦେଇଛି ।

କିଙ୍ଗ କୋବ୍ରା ଦୁନିଆର ସବୁଠାରୁ ବିଷାକ୍ତ ସାପ । ଏହାର ବିଷ ଏତେ ତା’ ବିଷରେ ୪୦ ଲୋକଙ୍କୁ ମାରି ପାରିବ । କାଜୋଲ ପାଖରେ ଗୋଟିଏ ନୁହେଁ ୬ଟି କିଙ୍ଗ କୋବ୍ରା ସହ ରହୁଛି । ସେ ସବୁ ସମୟରେ ତାଙ୍କ ସହ ସମସୟ ଅତିବାହତି କରୁଛି । କାଜୋଲର ଦିନର ଆରମ୍ଭ ସାପମାନଙ୍କ ସହ ହୋଇଥାଏ ।

କାଜୋଲର ୨ ଭାଇ, ୬ ଭଉଣୀ ଓ ବାପାମା’ ସହ ସେ ରହୁଛି । ତେବେ କାଜୋରଲ ଏପରି ବ୍ୟବହାର ଯୋଗୁଁ ଘର ଲୋକ ବେଶ୍ ଚିନ୍ତିତ ଅଛନ୍ତି । କେବଳ ଏତିକି ଝିଅ ପାଇଁ ତାଙ୍କ ବାପା ମଧ୍ୟ ବହୁତ ଚିନ୍ତିତ ରୁଛଛନ୍ତି । ସାପ ଗୁଡ଼ିକ ଅନେକ ଥର କାଜୋଲକୁ କାମୁଡ଼ି ସାରିଛନ୍ତି । ଆଉ ତା’ପରେ ମଧ୍ୟ କାଜଲଙ୍କୁ ସାପ ସହ ରହିବା ପାଇଁ ପସନ୍ଦ କରୁଛି । ସାପ କାମୁଡ଼ିଲେ ତାଙ୍କ ବାପା କିଛି ଦେବଶୀ ଜଡ଼ିବୁଟି ଦେଇ ତାକୁ ଭଲ କରିଦେଇଛନ୍ତି ।