ରୁକୁଣା ରଥରୁ ଖସିପଡିଲେ ଡାହୁକ! କିନ୍ତୁ ତା ପରେ କଣ ହେଲା, ଜାଣିଲେ ଆଶ୍ଚର୍ଯ୍ୟ ହେବେ

35

କନକ ବ୍ୟୁରୋ : ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଟଣା ବେଳେ ପୁଣି ଅଘଟଣ । ଗତକାଲି ରଥଟଣା ବେଳେ ବାରମ୍ବାର ରଥଦଉଡି ଛିଡିବା ପରେ ରଥଟଣା ବନ୍ଦ ହୋଇଥିଲା । ଆଜି ଦ୍ୱିତୀୟ ଥର ରଥଟଣା ବେଳେ ରଥରୁ ଖସିପଡିଛନ୍ତି ଡାହୁକ ସେବାୟତ । ପ୍ରଭୁ ଲିଙ୍ଗରାଜଙ୍କ ରଥଟଣା ବେଳେ ଡାହୁକ ସେବାୟତ ନରସିଂହ ଖୁଂଟିଆ ରଥ ଉପରୁ ଖସି ପଡିଥିଲେ । ତାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ସେ ଡାକ୍ତରଖାନା ଯିବାକୁ ମନା କରିଦେଇଥିଲେ ଏବଂ ପୁଣି ରଥରେ ଚଢିଥିଲେ । ରଥଟଣା ସରିବା ଯାଏଁ ସେ କାମ କରିବେ ବୋଲି କହିଛନ୍ତି ।

ଏହି ଅଘଟଣ ଯୋଗୁଁ ବେଶ କିଛି ସମୟ ଧରି ରଥଟଣା ବନ୍ଦ ହୋଇ ରହିଥିଲା । ଗତକାଲି ଅଧାଟଣା ହୋଇ ରହିଥିବା ରୁକୁଣା ରଥକୁ ଆଜି ନୂଆ ଦଉଡି ଆସିବା ପରେ ଟଣା ଆରମ୍ଭ ହୋଇଥିଲା । ତେଣୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।