ସିସୋର ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇର ଛାନଭିନ୍ : ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଘରେ ସିବିଆଇ ରେଡ୍

21

କନକ ବ୍ୟୁରୋ : ସିସୋର ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇର ଛାନଭିନ୍ । ଆଜି ଏକ ବଡଧରଣ ଚଢାଉ କରିଛି ସିବିଆଇ । ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଛାପା ମାରିଛି ସିବିଆଇ । କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଘରେ ସିବିଆଇ ଛାପା ମାରିଛି । ପ୍ରଭାତଙ୍କ କଟକ ସ୍ଥିତ ବାସଭବନରେ ଚଢାଉ ଜାରି ରହିଛି । ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କୁ ଜେରା କାରାଯାଉଥିବା ନେଇ ସୂଚନା ମିଳିଛି ।