କୃଷି ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିବା ପରେ ଶଶିଭୂଷଣ ବେହେରାଙ୍କ ପ୍ରତିକ୍ରିୟା । କହିଲେ ଠିକ ଭାବରେ ତୁଳାଇବି ଦାୟିତ୍ୱ

ସେ କହିଛନ୍ତି କୃଷି ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । କୃଷି ବିଭାଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଫୋକସ ରହିଛି ।

172

କନକ ବ୍ୟୁରୋ: କୃଷି ମନ୍ତ୍ରୀ ଭାବେ ଶଶି ଭୂଷଣ ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଦାୟିତ୍ୱ ପାଇବା ପରେ ଏନେଇ ଶଶିଭୂଷଣ ବେହେରା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କୃଷି ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । କୃଷି ବିଭାଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଫୋକସ ରହିଛି । ରାଜ୍ୟର ଚାଷୀଙ୍କୁ ସଶକ୍ତୀକରଣ କରିବା ପାଇଁ କାମ କରିବ ବୋଲି କହିଛନ୍ତି ଶଶି ଭୂଷଣ ବେହେରା ।

ସେହିପରି, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଦାୟିତ୍ୱ ରମେଶ ମାଝିଙ୍କୁ ଦିଆଯାଇଛି । ୨ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦିଆଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ପଂଚାୟତିରାଜ ବିଭାଗ ଓ ପାନୀୟ ଜଳ ବିଭାଗର ଦାୟିତ୍ୱ ଗୁରୁତ୍ୱର ସହ ତୁଳାଇବେ ବୋଲି କହିଛନ୍ତି । ଏଥିସହ ୨ଟି ବିଭାଗ କପରି ଲୋକଙ୍କ ପାଖରେ ପହଂଚିପାରିବ ସେ ନେଇ ଯତ୍ନବାନ ହେବେ ବୋଲି କହିଛନ୍ତି ରମେଶ ମାଝି ।

ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ପିପିଲି ପୀଡିତାଙ୍କ ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ରାୟ ଆସିବା ପରେ ବିବାଦିୟ ମନ୍ତବ୍ୟ ଦେଇଥିଲେ ପ୍ରଦୀପ ମହାରଥୀ । ଯାହାକୁ ନେଇ ରାଜନୀତି ମହଲଠୁ ଆରମ୍ଭ କରି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ମହରଥୀଙ୍କ ଇସ୍ତଫା ପାଇଁ ବିରୋଧୀ ଦଳମାନେ ସରକାରଙ୍କ ଉପରେ ଚାପ ପକାଉଥିଲେ । ଶେଷରେ ଗତକାଲି ପ୍ରଦୀପ ମହାରଥୀ ଇସ୍ତଫା ଦେଇଛନ୍ତି ।ପୂର୍ବରୁ ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ସରକାରଙ୍କୁ ଅଡୁଆରେ ପକାଇଥିଲେ ମହାରଥୀ । ବିଶେଷ କରି ପିପିଲି ପୀଡିତାଙ୍କ ନ୍ୟାୟ ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟ ତାଙ୍କ ମନ୍ତ୍ରୀ ପଦ ପାଇଁ ସଂକଟ ବଢାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ମହାରଥୀଙ୍କ ଉପରେ କ୍ଷୁବ୍ଧ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଶେଷରେ ନିଜେ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମହାରଥୀ ।

ତେବେ ମହାରଥୀଙ୍କ ଇସ୍ତଫା ପରେ ଦୁଇ ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ କୃଷି ଓ ମତ୍ସ୍ୟ, ପଶୁପାଳନ ବିଭାଗ ଦାୟିତ୍ୱ ଦିଆଯାଇଛି । ସେହିପରି ରମେଶ ମାଝିଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।